ଫୁଲବାଣୀ ଅଫିସ, ୩୧ା୭ – ଏକ ଶ୍ରେଣୀଗୃହ ନିର୍ମାଣ ବାବଦ ଅର୍ଥ ତୋସରପାତ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଭଗବାନ ପ୍ରଧାନ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୬ ଲକ୍ଷ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ଅଭିଯୁକ୍ତ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତ ହେଲେ କୋଟଗଡ କଲୋନୀ ସାହିର ତଥା ତତ୍କାଳୀନ ଅଡାରି ନୂଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାହ୍ନୁ ଚରଣ ଦିଗାଲ ା ସେ ଏବେ ଜୁଡାବାଲି ପଞ୍ଚାୟତରଏକ ସ୍କୁଲରେ ଅଛନ୍ତି। ୨୦୦୯-୧୦ରେ କୋଟଗଡ ବ୍ଲକ ଓରା ପଞ୍ଚାୟତ ଅଡାରି ନୂଆ ପ୍ରାଥମିକ ବିଦ୍ୟାଳୟର ୨ଟି ଶ୍ରେଣୀଗୃହ ପାଇଁ ୯ ଲକ୍ଷ ୨୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା ା ପ୍ରଧାନଶିକ୍ଷକ ଦିଗାଲ ଏବଂ ସ୍କୁଲ ପରିଚାଳନା କମିଟି ସଭାପତି ମିଶି ୨ କିସ୍ତିରେ ୨ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ ା ହେଲେ ଏହାପରେ ଦିଗାଲ ଚତୁରତାର ସହ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦସ୍ତଖତକୁ ଜାଲ କରି ୪ କିସ୍ତିରେ ୬ ଲକ୍ଷ ଟଙ୍କା ଉଠାଇ ନେଇଥିଲେ ା ମାତ୍ର ଘର ପ୍ଲିନ୍ଥ ଲେଭଲ ପର୍ଯ୍ୟନ୍ତ ହୋଇଥିଲା ା ଏ ନେଇ ଭିଜିଲାନ୍ସରେ ଅଭିଯୋଗ ହେବାରୁ ୨୦୧୪ ଡିସେମ୍ବର ୧୯ରେ ନଂ.୪୭/୧୪ରେ ମାମଲା ରୁଜୁ ହୋଇଥିଲା ା ତଦନ୍ତ ବେଳେ ୬ ଲକ୍ଷ ୪୭ ହଜାର ଟଙ୍କା ହେରଫେର ହୋଇଥିବା ସ୍ପଷ୍ଟ ହୋଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଣି କରିଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All

ଶ୍ରୀରାମ ନବମୀ ମହୋତ୍ସବରେ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର
ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ବରଗଡର ଶ୍ରୀରାମଲାଲା ଟ୍ରଷ୍ଟ ପକ୍ଷରୁ ରବିବାର ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ସହରର ବାଳକଦାସ ହନୁମାନ ମନ୍ଦିର...

ରାମନବମୀରେ ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା
ସମ୍ବଲପୁର,୬।୪(ଭବାନୀ ଶଙ୍କର ଭୋଇ): ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ରବିବାର ସମ୍ବଲପୁରରେ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ସମନ୍ବ୍ବୟ ସମିତି ପକ୍ଷରୁ...

ଐତିହାସିକ ଶ୍ରୀରାମନବମୀ ମହୋତ୍ସବ: ଶୋଭାଯାତ୍ରାରେ ୧୫୦ ପ୍ରଜ୍ଞାପନ ମେଢ଼ ସାମିଲ
ଭଦ୍ରକ,୬।୪(ସନାତନ ରାଉତ): ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ରବିବାର ଭଦ୍ରକ ସହରର ପରିବେଶ ଗେରୁଆମୟ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ...

୨୦୨୬ ଫେବୃଆରୀରେ ସରିବ ସମଲେଶ୍ୱରୀ ପ୍ରକଳ୍ପ: ମନ୍ତ୍ରୀ
ସମ୍ବଲପୁର,୬ା୪(ପ୍ରମୋଦ ବହିଦାର): ସମ୍ବଲପୁର ସମଲେଶ୍ୱରୀ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାମ ୨୦୨୬ ଫେବୃଆରୀ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ୨୦୨୫ ଅଗଷ୍ଟ ସୁଦ୍ଧା ଏହାର ଲୋକାର୍ପଣ...

ବାଇକ୍ ଉପରେ ମାଡ଼ିଗଲା ହାଇଓ୍ବା: ଚାଲିଗଲା ୨ ଜୀବନ, ଜଣେ ଗୁରୁତର
ସୋନପୁର,୬।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଖାରୀ-ବଲାଡି ରାସ୍ତାରେ ରବିବାର ଏକ ସର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବଲାଡି ପୋଲ ନିକଟରେ ବାଇକ୍କୁ ଏକ ହାଇଓ୍ବା ଧକ୍କା...

ଆକର୍ଷଣ ସାଜିଲା ତେର ଦଣ୍ଡ ମିଳନ: ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ
ବାଲିଗୁଡ଼ା,୬ା୪ (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ତମ ବାର୍ଷିକ ତେର ଦଣ୍ଡ ମିଳନ ରବିବାର ଉଦ୍ଯାପିତ ହୋଇଯାଇଛି। ଏହାକୁ...

ବସରୁ ସୁନା ହାର ଚୋରି: ଧରାପଡ଼ିଲେ ଅଭିଯୁକ୍ତ
ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଜଣେ ଲୁଟେରାଙ୍କୁ ରବିବାର ଗିରଫ କରିଛି। ସେ ହେଲେ ଗାମୁଣ୍ଡି ଗ୍ରାମର ଅବଳ କୁମାର ଜେନା। ପୋଲିସ...

ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ରବିବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା...