ଶ୍ରେଣୀଗୃହ ଅର୍ଥ ତୋସରପାତ ମାମଲା: ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୩୧ା୭ – ଏକ ଶ୍ରେଣୀଗୃହ ନିର୍ମାଣ ବାବଦ ଅର୍ଥ ତୋସରପାତ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୬ ଲକ୍ଷ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ଅଭିଯୁକ୍ତ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତ ହେଲେ କୋଟଗଡ କଲୋନୀ ସାହିର ତଥା ତତ୍କାଳୀନ ଅଡାରି ନୂଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାହ୍ନୁ ଚରଣ ଦିଗାଲ ା ସେ ଏବେ ଜୁଡାବାଲି ପଞ୍ଚାୟତରଏକ ସ୍କୁଲରେ ଅଛନ୍ତି। ୨୦୦୯-୧୦ରେ କୋଟଗଡ ବ୍ଲକ ଓରା ପଞ୍ଚାୟତ ଅଡାରି ନୂଆ ପ୍ରାଥମିକ ବିଦ୍ୟାଳୟର ୨ଟି ଶ୍ରେଣୀଗୃହ ପାଇଁ ୯ ଲକ୍ଷ ୨୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା ା ପ୍ରଧାନଶିକ୍ଷକ ଦିଗାଲ ଏବଂ ସ୍କୁଲ ପରିଚାଳନା କମିଟି ସଭାପତି ମିଶି ୨ କିସ୍ତିରେ ୨ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ ା ହେଲେ ଏହାପରେ ଦିଗାଲ ଚତୁରତାର ସହ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦସ୍ତଖତକୁ ଜାଲ କରି ୪ କିସ୍ତିରେ ୬ ଲକ୍ଷ ଟଙ୍କା ଉଠାଇ ନେଇଥିଲେ ା ମାତ୍ର ଘର ପ୍ଲିନ୍ଥ ଲେଭଲ ପର୍ଯ୍ୟନ୍ତ ହୋଇଥିଲା ା ଏ ନେଇ ଭିଜିଲାନ୍ସରେ ଅଭିଯୋଗ ହେବାରୁ ୨୦୧୪ ଡିସେମ୍ବର ୧୯ରେ ନଂ.୪୭/୧୪ରେ ମାମଲା ରୁଜୁ ହୋଇଥିଲା ା ତଦନ୍ତ ବେଳେ ୬ ଲକ୍ଷ ୪୭ ହଜାର ଟଙ୍କା ହେରଫେର ହୋଇଥିବା ସ୍ପଷ୍ଟ ହୋଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଣି କରିଛନ୍ତି।

Share