ଶ୍ରେଣୀଗୃହ ନିର୍ମାଣ, ଶିକ୍ଷକ ପଦବୀ ପୂରଣ ଦାବି: ୮ରୁ ଛାତ୍ରାଭିଭାବକଙ୍କ ଆନ୍ଦୋଳନ ଚେତାବନୀ

ଗଣିଆ,୩ା୭(ଡି.ଏନ.ଏ.)- ଗଣିଆ ବ୍ଲକର ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ସାଙ୍ଗକୁ ଶିକ୍ଷକ ପଦବୀ ପୂରଣ ହୋଇପାରି ନାହିଁ। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆସନ୍ତା ୮ତାରିଖରୁ ସ୍କୁଲ ବନ୍ଦ କରାଯାଇ ଆନ୍ଦୋଳନ କରାଯିବ ବୋଲି ଛାତ୍ରାଭିଭାବକ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଛାତ୍ରାଭିଭାବକ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି ା ଏ ନେଇ କମିଟି ତରଫରୁ କନ୍ଧମାଳ ଏମ୍‌ପି, ଦଶପଲ୍ଲା ବିଧାୟକ, ନୟାଗଡ଼ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବ୍ଲକ ପ୍ରଶାସନର ପଦାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ା ସୂଚନାଯୋଗ୍ୟ, ଏକଶହ ବର୍ଷରୁ ଊର୍ଦ୍ଧ୍ୱ ଏହି ବିଦ୍ୟାଳୟ ଶ୍ରେଣୀଗୃହଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା। ଗତ ଫନୀ ବାତ୍ୟା ପ୍ରଭାବରେ ଶ୍ରେଣୀଗୃହର ଛପର ଉଡିଯିବା ସହ କାନ୍ଥଗୁଡିକ ଭାଙ୍ଗିରୁଜି ଯାଇଥିଲା। ନୂତନ ପକ୍କା ଶ୍ରେଣୀଗୃହ ନିର୍ମାଣ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ବିଭିନ୍ନ ସମୟରେ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ବିଦ୍ୟାଳୟର ସମସ୍ୟା ପ୍ରତି ପ୍ରଶାସନିକ ଅବହେଳା ନେଇ ସ୍ଥାନୀୟ ବାସନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିସ୍ଥଳେ ଗତ ସୋମବାର ଗଣିଆ ବିଡିଓ ମାନସ ରଞ୍ଜନ ସାମଲ ଓ ଏବିଡିଓ ସରୋଜ କୁମାର ନାୟକ ଛାମୁଣ୍ଡିଆ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ ସରପଞ୍ଚଙ୍କୁ ଚତୁର୍ଦ୍ଦଶ ଅର୍ଥ କମିଶନ ଫଣ୍ଡରୁ ଦେଢଲକ୍ଷ ଟଙ୍କା ମଞ୍ଜୁର କରି ମରାମତି କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ା ହେଲେ ଛାତ୍ରାଭିଭାବକ କମିଟି ପ୍ରସ୍ତାବରେ ରାଜି ନ ଥିବା ଜଣାପଡିଛି ା କମିଟି ସଦସ୍ୟଙ୍କ କହିବା କଥା ବିଦ୍ୟାଳୟର ବହୁ ଶ୍ରେଣୀଗୃହ ବିପଦପୂର୍ଣ୍ଣ ଥିବା ନେଇ ପୂର୍ବରୁ ସରକାରୀ ଭାବେ ଘୋଷଣା କରାଯାଇଛି। ଏହାକୁ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ କରିବା ବଦଳରେ ପ୍ରଶାସନିକ ଅଧିକାରୀମାନେ ଜରାଜୀର୍ଣ୍ଣ ଥିବା ଗୃହଗୁଡିକର ମରାମତି ପାଇଁ ପ୍ରସ୍ତାବ ଦେବା ଦୁର୍ଭାଗ୍ୟଜନକ। କୋମଳମତି ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ନୂତନ ପକ୍କାଗୃହ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଘର ଗ୍ରିଲ୍‌ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ

ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍‌ ହୋଇଛି। ଆଠଜଣ ଡକାୟତ ସୋମବାର...

ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ

ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...

ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ                   

ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...

ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ

ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri