ଶ୍ରେଣୀଗୃହ ବିପଦସଙ୍କୁଳ, ଭୟଭୀତ ଅବସ୍ଥାରେ ଛାତ୍ରୀଛାତ୍ର

ଜମନକିରା,୩୧।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତ ସରେଇ ଗାଁସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶେଣୀଗୃହ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେଉଛି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ, ସରପଞ୍ଚ, ପରିଚାଳନା କମିଟି ଏବଂ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିବାବେଳେ କୌଣସି ସୁଫଳ ମିଳୁନାହିଁ।
ସୂଚନାଯୋଗ୍ୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘବର୍ଷରୁ ନିର୍ମିତ ହୋଇଛି। କିଛିବର୍ଷ ପୂର୍ବରୁ କୋଠରୀଟିର ଗୋଟିଏ ପଟ ଦବି ଯାଇ କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା। ବିଦ୍ୟାଳୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ଶ୍ରେଣୀଗୃହର ଏଭଳି ଅବସ୍ଥା ଉଭୟ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏହି ବିଦ୍ୟାଳୟରେ ମୋଟ ୪ଟି କୋଠରୀ ଥିବାବେଳେ ପ୍ରତ୍ୟେକ କୋଠରୀରେ ୨ଟି ଶ୍ରେଣୀର ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିଚାଳନା କମିଟି ଜରିଆରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମ ପଞ୍ଚାୟତକୁ ଲିଖିତ ଭାବେ ଜଣାଇଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଅଧିକ ଅନୁଦାନ ନ ହେଲେ ଶ୍ରେଣୀଗୃହ ନିର୍ମାଣ ସମ୍ଭବପର ନୁହେଁ ବୋଲି କହିଛନ୍ତି। ତେଣୁ ସରପଞ୍ଚ ଚନ୍ଦ୍ରକାନ୍ତ ପଧାନଙ୍କ ନେତୃତ୍ୱରେ ପରିଚାଳନା କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ ବୁଧବାର ଏନେଇ ସ୍ଥାନୀୟ ବିଡିଓ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ଦୁଇ ମନ୍ତ୍ରୀ, ରୋଷ ଝାଡ଼ିଲେ ଲୋକେ, ଫିଙ୍ଗିଲେ ଢେଲାପଥର

ବାରିପଦା,୨୩ା୩: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ଲୋକେ ପ୍ରବଳ ବିରୋଧ କରିଛନ୍ତି। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି ବୋଲି କହି ରୋଷ...

ପିପଳପଙ୍କା ଡ୍ୟାମ ନିର୍ମାଣକୁ ବିରୋଧ, ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା

ଛତ୍ରପୁର, ୨୩।୩(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ସୋରଡ଼ାରେ ପିପଳପଙ୍କାରେ ଋଷିକୂଲ୍ୟା ନଦୀର ଜଳକୁ ଅଟକାଇ ଏକ ଡ୍ୟାମ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି...

ଭଉଣୀ ଘରକୁ ଆସିଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଭାଇର ଜୀବନ

କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ରବିବାର ସକାଳେ ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ...

୬ ମଦ ଦୋକାନରୁ ଚୋରି: କାର୍‌ ସମେତ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ, ୫ ଗିରଫ

ଭଞ୍ଜନଗର,୨୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ୬ଟି ବିଦେଶୀ ମଦ ଦୋକାନରୁ ଇତି ମଧ୍ୟରେ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଜିଲାର ରମ୍ଭା, ଛତ୍ରପୁର, ବେଗୁନିଆପଡ଼ା, ଗଞ୍ଜାମ, ଭଞ୍ଜନଗର...

ଆଗକୁ ମା’ କାଳୀଙ୍କ ଦଣ୍ଡଯାତ୍ରା, ଗଞ୍ଜାମ ସହର ଚଳଚଞ୍ଚଳ

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ ): ଆସନ୍ତା ୨୫ରୁ ଆରମ୍ଭ ହେବ ଗଞ୍ଜାମ ଜିଲା ପ୍ରସିଦ୍ଧ ମା କାଳୀଙ୍କ ଦଣ୍ଡଯାତ୍ରା l ଏଥିପାଇଁ ଗଞ୍ଜାମ ସହର ସମେତ ଆଖପାଖ...

ଦରମାରେ ଗ୍ରାମଦେବୀଙ୍କ ପାଖେ ମାର୍ଜନା ହୋଇଥିଲା

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ତୁଳସୀପୁର ଗ୍ରାମରେ ଥିବା ଏକ ସାଧାରଣ କୃଷକ ପରିବାରରେ ମୋ ଜନ୍ମ। ପିଲାଟିବେଳୁ ପାଠପଢ଼ାରେ ଖୁବ୍‌ ଭଲ...

ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ହେବନାହିଁ ପରିବେଷଣ : ଆଇନ ଶୃଙ୍ଖଳା ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ପରିବେଷଣ ହେବ। ଏହିଭଳି ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ବିଭିନ୍ନ...

ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର, କହିଲେ ଖସି ଆସି…

ଜୟପୁର,୨୩।୩: ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର।  କୋରାପୁଟ ଜିଲା  ବିସିଂପୂର ଥାନା ଅନ୍ତର୍ଗତ କିରମଗୁଡ଼ା ଗାର ଦୁର୍ଗମ ପାହାଡ଼ିଆ ଇଲକାର ଏକ ଘରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image