Advertisement

ଶ୍ରେଣୀଗୃହ ବିପଦସଙ୍କୁଳ, ଭୟଭୀତ ଅବସ୍ଥାରେ ଛାତ୍ରୀଛାତ୍ର

ଜମନକିରା,୩୧।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତ ସରେଇ ଗାଁସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶେଣୀଗୃହ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେଉଛି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ, ସରପଞ୍ଚ, ପରିଚାଳନା କମିଟି ଏବଂ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିବାବେଳେ କୌଣସି ସୁଫଳ ମିଳୁନାହିଁ।
ସୂଚନାଯୋଗ୍ୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘବର୍ଷରୁ ନିର୍ମିତ ହୋଇଛି। କିଛିବର୍ଷ ପୂର୍ବରୁ କୋଠରୀଟିର ଗୋଟିଏ ପଟ ଦବି ଯାଇ କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା। ବିଦ୍ୟାଳୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ଶ୍ରେଣୀଗୃହର ଏଭଳି ଅବସ୍ଥା ଉଭୟ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏହି ବିଦ୍ୟାଳୟରେ ମୋଟ ୪ଟି କୋଠରୀ ଥିବାବେଳେ ପ୍ରତ୍ୟେକ କୋଠରୀରେ ୨ଟି ଶ୍ରେଣୀର ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିଚାଳନା କମିଟି ଜରିଆରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମ ପଞ୍ଚାୟତକୁ ଲିଖିତ ଭାବେ ଜଣାଇଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଅଧିକ ଅନୁଦାନ ନ ହେଲେ ଶ୍ରେଣୀଗୃହ ନିର୍ମାଣ ସମ୍ଭବପର ନୁହେଁ ବୋଲି କହିଛନ୍ତି। ତେଣୁ ସରପଞ୍ଚ ଚନ୍ଦ୍ରକାନ୍ତ ପଧାନଙ୍କ ନେତୃତ୍ୱରେ ପରିଚାଳନା କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ ବୁଧବାର ଏନେଇ ସ୍ଥାନୀୟ ବିଡିଓ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel