ନୂଆଦିଲ୍ଲୀ,୧୪ା୧(ପି.ଟି.)-ଜେଏନ୍ୟୁରେ ସୋମବାରଠାରୁ ପାଠପଢ଼ା ଆରମ୍ଭ ହେବାକୁ ଥିବାବେଳେ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ମିଳିତ ଭାବେ ଏହାକୁ ବର୍ଜନ କରିଛନ୍ତି। ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ଶ୍ରେଣୀ ବର୍ଜନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ସମୟ ସାରଣୀ ପ୍ରସ୍ତୁତ ପାଇଁ କୁଳପତି ବିଭିନ୍ନ ବିଭାଗକୁ କହିଥିଲେ ହେଁ ତାହା ପ୍ରସ୍ତୁତ ହୋଇନାହିଁ। ପ୍ରଥମେ ସମସ୍ୟା ସମାଧାନ ହେଉ, ତା’ପରେ ଆମେ ପାଠପଢ଼ାରେ ମନଦେବୁ ବୋଲି ସ୍କୁଲ ଅଫ୍ ସୋସିଆଲ ସାଇନ୍ସର ଜଣେ ଛାତ୍ର କହିଛନ୍ତି। ଦେୟ ବୃଦ୍ଧିକୁ ନେଇ ଛାତ୍ରୀଛାତ୍ର ଅସନ୍ତୁଷ୍ଟ ଥିବାବେଳେ ୫ ତାରିଖ ଆକ୍ରମଣ ଘଟଣା ପରେ ଉତ୍ତେଜନା ଲାଗି ରହିଛି। କୁଳପତି ଏମ୍. ଜଗଦେଶ କୁମାରଙ୍କ ବହିଷ୍କାର ପାଇଁ ଶିକ୍ଷକ ଓ ଛାତ୍ରମାନେ ଦାବି କରିଛନ୍ତି।