ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟ୍‌କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର, ୨୪।୪( ଡି.ଏନ୍‌.ଏ.): ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଶୁକ୍ରବାର ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ୩ଟି ବିଭାଗରେ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଓଡ଼ିଶାରେ ଶ୍ରେଷ୍ଠ ବିକାଶ ପ୍ଲାନ କରିବାରେ ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ, ଓଡ଼ିଶାର ଶ୍ରେଷ୍ଠ ଚାଇଲ୍ଡ ଫ୍ରେଣ୍ଡ୍‌ଲି ପଞ୍ଚାୟତ ବିଭାଗରେ ବେଲଗୁଣ୍ଠା ବ୍ଲକର ବଡ଼ବରସିଙ୍ଗି ପଞ୍ଚାୟତ ଏବଂ ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତକୁ ଆୱାର୍ଡ ମିଳିଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଅପରାହ୍ନରେ ଟୁଇଟକରି ସୂଚନା ଦେଇଛନ୍ତି। ଏଥିସହ ଏହି ସଫଳତା ପାଇଁ ଗଞ୍ଜାମ ଡିଆର୍‌ଡିଏ ଟିମ୍‌ ଓ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବଡିଓ, ସରପଞ୍ଚ ଓ ଅନ୍ୟମାନଙ୍କୁ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମଧ୍ୟ ଟୁଇଟକରି ଶୁଭେଚ୍ଛା ଜଣାଇଛନ୍ତି।

Share