ଶ୍ରୋତା ପରିଷଦର ରାଜ୍ୟସ୍ତରୀୟ ସମ୍ମିଳନୀ:ଆକାଶବାଣୀ କାର୍ଯ୍ୟକ୍ରମ ସଦା ଆଦରଣୀୟ

ଢେଙ୍କାନାଳ ଅଫିସ,୩ା୯

ଢେଙ୍କାନାଳ ଜିଲା ସଦର ବ୍ଲକ ପଶ୍ଚିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆକାଶବାଣୀ ଶ୍ରୋତା ପରିଷଦର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ କାର୍ଯ୍ୟକ୍ରମ ସମୀକ୍ଷକ ତଥା ପୁରୀର ବରିଷ୍ଠ ଶ୍ରୋତା ଡା. ଅଜିତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲାରୁ କାର୍ଯ୍ୟକ୍ରମ ସମୀକ୍ଷକ ତଥା କର୍ମକର୍ତ୍ତା ଯୋଗଦେଇ ଥିଲେ। ସାମ୍ପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗରେ ବେତାର ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେଉଥିଲେ ହେଁ ଆକାଶବାଣୀର କାର୍ଯ୍ୟକ୍ରମ ଏହାର ବିଶେଷତ୍ୱ, ଗୁଣବତ୍ତା ତଥା ପ୍ରୟୋଜନୀୟତା ସବୁ ସମୟରେ ଗ୍ରହଣୀୟ ଓ ଆଦରଣୀୟ ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରିଥିଲେ। ସମ୍ମିଳନୀରେ ତାଳଚେରର ଅନିଲ କୁମାର ମିଶ୍ର, ଅନିତା ପାଣି, ବିଭୂତି ଭୂଷଣ ପାଣି ଓ ବିଭୂତି ଭୂଷଣ ସାହୁ, ଅନୁଗୋଳର ଶାନ୍ତନୁ କୁମାର ସର ଓ ସୁଶାନ୍ତ କୁମାର ପଣ୍ଡା, ସମ୍ବଲପୁରର ଧର୍ମେନ୍ଦ୍ର ସିଂହ, ଆଠଗଡର ପ୍ରତିମାବାଳା ନାୟକ, ଦିଗମ୍ବର ମହାରଣା, ନରେନ୍ଦ୍ର କୁମାର ସାହୁ, ଚିନ୍ମୟୀ ସାହୁ, ସନ୍ତୋଷ ବେହେରା, ମାଣିଆବନ୍ଧର ସୁରେଶ କୁମାର ପାତ୍ର ଓ ଦେବେନ୍ଦ୍ର ପତି, ହିନ୍ଦୋଳର ନୀଳାଦ୍ରି ସାହୁ, ଘାସିରାମ ପ୍ରଧାନ, ପ୍ରତିମାବାଳା ନାୟକ, ଅଉଖମାର ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜ ଅନୁଭୂତି ବର୍ଣ୍ଣନା କରିବା ସହିତ ବେତାର ଗଣମାଧ୍ୟମର ସାମାଜିକ ଦାୟିତ୍ୱବୋଧର ପ୍ରଶଂସା କରିଥିଲେ। ଆଗାମୀ ଦିନରେ ରାଜ୍ୟସ୍ତରୀୟ ଶ୍ରୋତା ସମ୍ମିଳନୀ ଆୟୋଜନ କରିବା, ରେଡିଓ ଓ ଏହା ସମ୍ପର୍କିତ ଯନ୍ତ୍ରାଂଶକୁ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିବା, ଶ୍ରୋତା ପରିଷଦ ମାଧ୍ୟମରେ ବିଭିନ୍ନ ସାମାଜିକ, ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ଆଦି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ସମ୍ମିଳନୀ ଆକାଶବାଣୀ ଯୋରନ୍ଦା ମହିମାଗାଦି ଠାରେ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶ୍ୱ ଓଡ଼ିଶା ଅନୁଷ୍ଠାନର ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ପଶ୍ଚିମେଶ୍ୱର ମନ୍ଦିର ପରିଚାଳନା କମିିଟି ସହାୟତା କରିଥିଲେ।

Share