Categories: ଜାତୀୟ

ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୪।୧୦:ସ୍ବାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଆଜି ଜନ୍ମଦିବସ। ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛୁ। ତାଙ୍କୁ କୋଟି କୋଟି ପ୍ରଣାମ। ସାଧୀନତା ସଂଗ୍ରାମକୁ ତାଙ୍କର ଦୃଷ୍ଟାନ୍ତମୂଳକ ଅବଦାନ ଆମ ହୃଦୟରେ ବସା ବାନ୍ଧି ରହିଛି। ଶ୍ୟାମଜୀ କୃଷ୍ଣ ବର୍ମା ଅନେକ ଭାରତୀୟଙ୍କୁ ସାଧୀନତା ସଂଗ୍ରାମରେ ଝାସ ଦେବା ଲାଗି ପ୍ରେରଣା ଯୋଗାଇଥିଲେ ଏବଂ ସେ ଦେଶପ୍ରେମର ଆଲୋକବର୍ତ୍ତିକା ଭାବେ ସବୁବେଳେ ସ୍ମରଣୀୟ ହୋଇ ରହିଛନ୍ତି, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share