ଶ୍ୱଶୁରଘରୁ ଫେରୁଥିବା ବେଳେ ଦୁର୍ଘଟଣା: ଜ୍ୱାଇଁଙ୍କ ଜୀବନଗଲା

ପଦ୍ମପୁର,୧୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ମନ୍ଦାରଇ ଧାମରା ରାସ୍ତାରେ ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ (ଇଚ୍ଛାପୁର) ବ୍ରହ୍ମପୁର ଶିବ ଆରଖ। ଶିବ ସୋମବାର ବିଳମ୍ବିତ ରାତିରେ ଶ୍ୱଶୁରଘରୁ ଫେରୁଥିବା ବେଳେ କୌଣସି କାରଣବଶତଃ ତାଙ୍କ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ପୋଲତଳକୁ ପଡ଼ିଯାଇଥିଲା। ସକାଳେ ଖବରପାଇ ଚୂଡ଼ାମଣି ମେରାଇନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ୧୭/୨୦ରେ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।