ଶ୍ୱଶୁରଙ୍କ ମୃତ୍ୟୁ ପରେ କାଜଲଙ୍କ ମାଆ ହସ୍ପିଟାଲରେ ଭର୍ତ୍ତି

ଅଜୟ ଦେବଗନ ଏବଂ କାଜଲଙ୍କ ପରିବାରରେ ଖରାପ ସମୟ ପଡ଼ିଛି। ଶ୍ୱଶୁର ବୀରୁ ଦେବଗନଙ୍କ ମୃତ୍ୟୁକୁ ୩ ଦିନ ନ ପୂରୁଣୁ କାଜଲଙ୍କ ମାଆ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାଜଲଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲ ବାହାରେ ସ୍ପଟ୍‌ କରାଯାଇଥିଲା। କାଜଲ ବହୁ ଦୁଃଖିତ ଥିବା ଜଣାପଡ଼ୁଥିଲେ।

କାରଣ ଶ୍ୱଶୁର ତଥା ଅଜୟ ଦେବଗନଙ୍କ ପିତା ବୀରୁଙ୍କ ହୃଦ୍‌ଘାତରେ ସୋମବାର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ମନରୁ ଲିଭି ନ ଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ତାଙ୍କ ମାଆ। ଏପଟେ ଶ୍ୱଶୁରଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଥିବାବେଳେ ମାଆ ତଥା ବିଗତ ଦିନର ଅଭିନେତ୍ରୀ ତନୁଜାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି କାଜଲ।

Share