ଶ୍ୱଶୁର ଘରୁ ଜ୍ୱାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମୁଳିଆ,୬।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ଥାନା ଶ୍ରୀକୋଣା ଅଞ୍ଚଳର ଶ୍ୱଶୁର ଘରୁ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ରବିବାର ଉଦ୍ଧାର କରିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ କାରଣ ଜଣାପଡି ନାହିଁ।
ପୋଲିସ ସୂଚନା ଅନୁଯାୟୀ ଶ୍ରୀକୋଣାର ମୂରଲୀ ମଳିକଙ୍କ ଝିଅ ନନ୍ଦିନୀ ୪ବର୍ଷ ତଳେ ବାସୁଦେବପୁର ଥାନା ଚୂଡ଼ାମଣି ଅଞ୍ଚଳର ପୂର୍ଣ୍ଣଚନ୍ଦ୍ରଙ୍କୁ ବିବାହ କରିଥିଲେ। ଗତ ୫ମାସ ହେବ ଉଭୟ ଦମ୍ପତି ଶ୍ରୀକୋଣା ଆସି ଶ୍ୱଶୁରଙ୍କ ଘରେ ରହୁଥିଲେ। ରବିବାର ଘରେ କେହି ନ ଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ପରିବାରବର୍ଗ କହିଛନ୍ତି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା କହିଛି।