ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁ

ପାଟଣା,୧୪।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ଜଣେ ୪୩ ବର୍ଷୀୟ ବିବାହିତ ବ୍ୟକ୍ତିଙ୍କ ଶ୍ୱଶୁର ଘରେ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସଦର ଥାନା ସିଲିସୁଆଁ ଗ୍ରାମର ମାଛୁଆ ମାଝୀଙ୍କ ପୁଅ ନାଥୁରାମ। ସୂଚନା ଅନୁଯାୟୀ ନାଥୁରାମ ଶନିବାର ଶ୍ୱଶୁର ଘର ହୀରାପଶି ଆସିଥିବା ବେଳେ ଅପରାହ୍ନରେ ହଠାତ ଅସୁସ୍ଥ ହୋଇ ବାନ୍ତି କରିଥିଲେ। ତାପରେ ତାଙ୍କର ଅସ୍ବାଭାବକିକ ଭାବେ ମୃତ୍ୟୁ ଘଟିଥିଲା। ନାଥୁରାମଙ୍କ ବଡ଼ଭାଇ ଗୁରୁଆ ମାଝୀ ରବିବାର ତୁରୁମୁଙ୍ଗା ଥାନାରେ ତାଙ୍କ ଭାଇଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ଲାଗି ପଠାଇ ରବିବାର ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୩/୧୯) ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ତୁରୁମୁଙ୍ଗା ଥାନାଧିକାରୀ ଅମିତାଭ ଦାଶ କହିଛନ୍ତି।