ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଗଛରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ସ୍ବାମୀ

ଧର୍ମଗଡ଼,୩୦।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା କପୁରମାଳ ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘରେ ଟାଙ୍ଗିଆରେ ହାଣି ସ୍ତ୍ରୀଙ୍କୁ ହତ୍ୟା କରିବାପରେ ସ୍ବାମୀ ନିକଟରେ ଥିବା ଏକ ଗଛରେ ଚଢିଯାଇ ଆତ୍ମହତ୍ୟା ଧମକ ଦେଇଛନ୍ତି। ମୃତ ସ୍ତ୍ରୀ ହେଲେ ବେଲ ମାଝି। ଅଭିଯୁକ୍ତ ସ୍ବାମୀ ଅଗସ୍ତି ମାଝିଙ୍କୁ ଜୟପାଟଣା ପୋଲିସ ଅଗ୍ନିଶମ ବିଭାଗ ସାହାଯ୍ୟରେ ଗଛରୁ ଉଦ୍ଧାର କରି ଗିରଫ କରଛି। ପରେ ପୋଲିସ ପଚରା ଉଚରା ଜାରି ରଖିଛି। ଉଭୟଙ୍କ ଦୁଇଟି ଝିଅ ଥିବା ବେଳେ ବେଲ ଗତ କିଛିଦିନ ହେଲା ବାପାଙ୍କ ଘରକୁ ଆସିଥିଲେ। ତେବେ ହତ୍ୟାର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି।

Share