ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ…

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ ରହିଛି। ପୁରୁଣା ଶ୍ୱାସରୋଗରୁ ମୁକ୍ତି ପାଇଁ ହଳଦୀ, ଗୋଲମରିଚ, ଦ୍ରାକ୍ଷା ଓ ପୁରୁଣା ଗୁଡ଼, ପିପ୍ପଳି,ସୁଣ୍ଠି ପ୍ରଭୃତିକୁ ଚୂର୍ଣ୍ଣ କରି ସୋରିଷ ତେଲ ସହିତ ମିଶାଇ ଦିନକୁ ଦୁଇଥର ଖାଇଲେ ସୁଫଳ ମିଳେ। ଏହା ଦ୍ୱାରା ଫୁସଫୁସ ସ୍ବାଭାବିକ ଭାବେ କାର୍ଯ୍ୟ କରିଥାଏ। ଛାତିରେ ଜମିଥିବା କଫ ବାହାରି ଯାଇ ନିଶ୍ୱାସ ପ୍ରଶ୍ୱାସ ନେବା ସହଜ ହୋଇଥାଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।

Share