Categories: ଜାତୀୟ

ଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ସକାଳେ ସନ୍ଧ୍ୟାରେ କରନ୍ତୁ ଏପରି…

କେତେକଙ୍କଠାରେ ଶ୍ୱାସ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧ ସେବନ କରିଥାନ୍ତି। ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହି ସମସ୍ୟା ସହଜରେ ଦୂର ହୋଇଥାଏ। ସକାଳେ ସନ୍ଧ୍ୟାରେ ଅଭ୍ୟାସ କରି ଶଙ୍ଖ ବାଦନ କଲେ ଶ୍ୱାସ ସମସ୍ୟା ସହଜରେ ଦୂର ହୋଇଥାଏ ବୋଲି ଶଙ୍ଖ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଏହାଦ୍ୱାରା ହାର୍ଟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୁଏ। ଶଙ୍ଖ ବାଦନ ଦ୍ୱାରା ମୁଖମଣ୍ଡଳର ମାଂସପେଶୀ ସୁଦୃଢ଼ ହୁଏ। ଏହାଦ୍ୱାରା ମୁଖମଣ୍ଡଳ ଉଜ୍ଜ୍ୱଳତା ମଧ୍ୟ ବୃଦ୍ଧି ପାଏ। ଏହାଦ୍ୱାରା ବିଭିନ୍ନ ତଳିପେଟ ସମସ୍ୟା ଦୂର ହୋଇଥାଏ। ନିୟମିତ ଶଙ୍ଖ ବାଦନ କଲେ ମୁତ୍ରାଶୟ ସମସ୍ୟା ହୋଇ ନ ଥାଏ।

Share