Categories: ଜାତୀୟ

ଶ୍ୱାସ ପ୍ରଶ୍ୱାସ ପ୍ରଣାଳୀକୁ ମଜଭୁତ କରେ ଯୋଗ: ମୋଦି

ନୂଆଦିଲ୍ଲୀ,୨୧।୪: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଆଜି ସାରା ବିଶ୍ୱ ଯୋଗର ଆବଶ୍ୟକତାକୁ ବୁଝି ପାରିଥିବାରୁ ଖୁସି ଲାଗୁଛି। ଏମିତିକି ଏବେ କାୟା ବିସ୍ତାର କରିଥିବା କୋଭିଡ-୧୯ ସମୟରେ ପ୍ରାଣାୟାମ ଆମ ଶରୀରର ଶ୍ୱାସ ପ୍ରଶ୍ୱାସ ପ୍ରଣାଳୀକୁ ମଜଭୁତ କରିବାରେ ବେଶ୍‌ ସହାୟକ ହେବ ବୋଲି ସେ କହିଛନ୍ତି। ପ୍ରାଣାୟାମ ହେଉଛି ଶ୍ୱାସକ୍ରିୟାର ଏକ ବ୍ୟାୟାମ ଯାହା ସାଧାରଣତଃ ଯୋଗାସନ ପରେ ଅଭ୍ୟାସ କରାଯାଏ। ନିୟମିତ ଯୋଗ ଅଭ୍ୟାସ କଲେ ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିପାକ କ୍ରିୟା ବୃଦ୍ଧି କରିବାରେ ସହାୟକ ହେବ। ୬ଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୋଦି ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାକୁ ସଂହତି ଓ ବିଶ୍ୱ ଭାତୃତ୍ୱର ଦିନ ବୋଲି କହିଛନ୍ତି।

Share