Categories: ଜାତୀୟ

ଷଢ଼େଇକଳାରେ ମାଓବାଦୀ ଆକ୍ରମଣ: ୫ ପୋଲିସ ଶହୀଦ

ରାଞ୍ଚତ୍,୧୫ା୬: ଝାଡ଼ଖଣ୍ଡର ଷଢ଼େଇକଳା ଜିଲାରେ ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୫ ପୋଲିସ ଶହୀଦ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ସବ୍‌ଇନ୍ସିପେକ୍ଟର ଓ ୩ କନ୍‌ଷ୍ଟେବଲ ଅଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ପୋଲିସ ପାଟ୍ରୋଲିଂ ଟିମ୍‌ ଜିଲାର ତିରୁଲଡିହ ଥାନା ଅନ୍ତର୍ଗତ କୁକ୍‌ଡୁ ବଜାର ସାପ୍ତାହିକ ହାଟରେ ପହଞ୍ଚତ୍ବା କ୍ଷଣି ସେଠାରେ ଛକି ରହିଥିବା ମାଓବାଦୀମାନେ ଆକ୍ରମଣ କରିଥିଲେ। ସେମାନେ ଅତି ନିକଟରୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି। ଆକ୍ରମଣରେ ଅନ୍ୟ କେତେଜଣ ପୋଲିସ ଆହତ ହୋଇଛନ୍ତି। ୮ରୁ ୧୦ ଜଣ ମାଓବାଦୀ ବାଇକରେ ଆସିଥିଲେ। ସେମାନେ ପୋଲିସଙ୍କଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୋଲିସ ଏଡିଜି ଏମ୍‌.ଏଲ୍‌ ମୀନା ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସୀମାବର୍ତ୍ତୀ ଆକ୍ରମଣସ୍ଥଳକୁ ଏସ୍‌ପି ଓ ଅନ୍ୟ ପୋଲିସ ପଦାଧିକାରୀମାନେ ଯାଇଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆକ୍ରମଣକୁ ନିନ୍ଦା କରିଛନ୍ତି। ପୋଲିସଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ମାଓବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ମେ ୨୮ରେ ଝାଡ଼ଖଣ୍ଡରେ ମାଓବାଦୀମାନଙ୍କ ସିରିଜ୍‌ ଆଇଇଡି ବିସ୍ଫୋରଣରେ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସର ୨୬ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ସିଆରପିଏଫ୍‌ କମାଣ୍ଡୋଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଚଳିତ ମାସ ଆରମ୍ଭରେ ଦୁମ୍‌କା ଜିଲାର ତଳଡଙ୍ଗଲ ଜଙ୍ଗଲରେ ମାଓବାଦୀ ଓ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଯବାନ ଶହୀଦ ହେବା ସହ ଅନ୍ୟ ୪ ଜଣ ଆହତ ହୋଇଥିଲେ।

Share