ଷଣ୍ଢପୁରରେ ବୋମାମାଡ଼: ଗୋଟିଏ ପରିବାରର ୫ ଆହତ

ପୁରୀ ଅଫିସ, ୧ା୧ : ନୂତନ ବର୍ଷର ପ୍ରଥମ ଦିନରେ ଫୁଟିଲା ବୋମା। ଗୋଟିଏ କି ଦୁଇଟି ନୁହେଁ, କ୍ରମାଗତ ଭାବେ ୫୦ରୁ ଊର୍ଦ୍ଧ୍ୱ ବୋମା ଫୁଟିଲା। ପୁରୀ ସଦର ଥାନା ଅଧୀନ ଷଣ୍ଢପୁର ଗ୍ରାମରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଗ୍ରାମର ଗୋଟିଏ ଗୋଷ୍ଠୀର ଏକ ପରିବାର ଉପରେ ଅନ୍ୟ ଗୋଷ୍ଠୀର ଶତାଧିକ ଯୁବକ ବୋମାମାଡ଼ କରିଛନ୍ତି। ଫଳରେ ଗୋଟିଏ ପରିବାରର ୫ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ବୈଷ୍ଣବ ଭୋଇ(୫୮), ସୁକୁମାରୀ (୬୦), ବାସୁମତୀ (୨୬), ଅଜୟ (୩୨) ଏବଂ ଅକ୍ଷୟ (୧୯)। ଆହତମାନଙ୍କୁ ପୋଲିସ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଅକ୍ଷୟ ଓ ବାସୁମତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ବୋମାମାଡ଼ ସମୟରେ ୨ଟି ବାଇକ, ଟିଭି ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିି ନଷ୍ଟ ହୋଇଯାଇଛି। ଜମିଜମା ଅଥବା ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଏସ୍‌.କେ. ମହାନ୍ତି କହିଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ବୁଧବାର ସକାଳ ପ୍ରାୟ ୮ଟାରେ ବୈଷ୍ଣବଙ୍କ ପରିବାରର ଦୁଇଜଣ ସଦସ୍ୟ ଘର ଆଗରେ ଠିଆ ହୋଇଥିଲେ। ଏହି ସମୟରେ ଅପର ଗୋଷ୍ଠୀ ହାତରେ ଠେଙ୍ଗା, ମାରଣାସ୍ତ୍ର ଧରି ଗୋଡ଼ାଇବାରୁ ସେମାନେ ଭୟରେ ଘରେ ପଶିଯାଇ କବାଟ ବନ୍ଦ କରିଦେଇଥିଲେ। ଏହାପରେ ବୋମାମାଡ଼ କରିଥିଲେ। ଖବର ପାଇ ବିଳମ୍ବରେ ପୋଲିସ ପହଞ୍ଚତ୍ଥିଲା। ତେବେ ଆକ୍ରମଣକାରୀ ସେମାନଙ୍କୁ ଗ୍ରାମ ଭିତରକୁ ଛାଡ଼ିି ନ ଥିଲେ। ପ୍ରାୟ ଏକ ଘଣ୍ଟା ଧରି ପୋଲିସକୁ ଅଟକାଇ ରଖିଥିଲେ। ଫୋର୍ସ ପହଞ୍ଚତ୍ବା ପରେ ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ।

Share