ଷୋଳମପୁରରେ ୩ୟ କରୋନା ପଜିଟିଭି ଚିହ୍ନଟ ପରେ ଗ୍ରାମକୁ ସାନିଟାଇଜ଼ କରାଗଲା

ଭଣ୍ଡାରିପୋଖରୀ, ୧୫।୫ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ତୃତୀୟ କରୋନା ପଜିଟିଭ ଗୁରୁବାର ଚିହ୍ନଟ ହୋଇଥିଲେ। ତାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଣିନାଥପୁର କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ୧୫ ପ୍ରବାସୀଙ୍କ ଠାରୁ ସ୍ବାବ ସଂଗ୍ରହ କରାଯାଇଛି। ଗ୍ରାମ ଓ କ୍ୱାରାଣ୍ଟାଇନ ସେଣ୍ଟରକୁ ଦମକଳ ବିଭାଗ ପକ୍ଷରୁ ସାନିଟାଇଜ଼ କରାଯାଇଛି।