Categories: ବାଣିଜ୍ୟ

ଷ୍ଟର୍ଲିଂ ବାୟୋଟେକ୍‌ର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ ଇଡି

ନୂଆଦିଲ୍ଲୀ,୨୭-୬: ବ୍ୟାଙ୍କ ଠକେଇ ମାମଲାରେ ସମ୍ପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଷ୍ଟର୍ଲିଂ ବାୟୋଟେକ୍‌ ଗ୍ରୁପର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ନାଇଜେରିଆର ତୈଳ ବିଜନେସ ସମେତ ଜାହାଜ ବାଣିଜ୍ୟ, ବିଜନେସ ଜେଟ ଏବଂ ଲଣ୍ଡନରେ ପ୍ଲସ ପ୍ଲାଟ ଜବତ ସମ୍ପତ୍ତି ମଧ୍ୟରେ ସାମିଲ ରହିଥିବା ବୁଧବାର ଇଡି ପକ୍ଷରୁ ସୂଚନା ଦିଆଯାଇଛି। ଗୁଜରାଟ ଭିତ୍ତିକ ଏହି ଫାର୍ମା କମ୍ପାନୀ ବିରୋଧରେ ବେଆଇନ ଅର୍ଥ କାରବାର ନିରୋଧ ଆଇନ(ପିଏମ୍‌ଏଲ୍‌ଏ)ରେ ସମ୍ପତ୍ତି ଜବତ ଲାଗି ପ୍ରୋଭିଜନାଲ ଅର୍ଡର ଜାରି କରାଯାଇଥିବା ଇଡି ପ୍ରକାଶ କରିଛି। ଏହା ସବୁଠାରୁ ବଡ ସମ୍ପତ୍ତି ଜବତ ମାମଲା ହୋଇଥିବା ବେଳେ ଅଧିକାଂଶ ସମ୍ପତ୍ତି ବିଦେଶରେ ରହିଛି। ଏହି କମ୍ପାନୀଗୁଡିକର ପ୍ରମୋଟର ନୀତିନ ସନ୍ଦେସରା, ଚେତନ ସନ୍ଦେସରା ଏବଂ ଦିପ୍ତୀ ସନ୍ଦେସରା ରହିଛନ୍ତି। ଏମାନେ କୌଶଳ କ୍ରମେ ପଳାୟନ କରିବାକୁ ସମର୍ଥ ହୋଇଛନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେନ୍ଦ୍ରୀୟ ଏଜେନ୍ସିଗୁଡିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Share