ଷ୍ଟାଇଲିଶ୍‌ ଦୁପଟ୍ଟା

ଫ୍ୟାଶନ୍‌ ଟ୍ରେଣ୍ଡ ଏବଂ ଷ୍ଟାଇଲ୍‌ ଦିନକୁ ଦିନ ବଦଳୁଛି। ଏହାକୁ ଆପଣେଇ ପାରିଲେ ଆପଣ ନିଜକୁ ଆହୁରି ଷ୍ଟାଇଲିଷ୍ଟ କରିପାରିବେ। ଆପଣ ଟ୍ରେଣ୍ଡରେ ଥିବା ଅଲଗା ଅଲଗା ଷ୍ଟାଇଲ୍‌ର ଡିପେଣ୍ଡ କରିଥାଏ ନିଜର ଡ୍ରେସ୍‌ଅପ୍‌ ଲୁକ୍‌। କିନ୍ତୁ ଏହାକୁ ଡ୍ରେସ୍‌ ସହିତ ଟିମ୍‌ଅପ୍‌ କରିବା ସମୟରେ ଆଲର୍ଟ ନିଶ୍ଚିତ ରୁହନ୍ତୁ। ଜାଣନ୍ତୁ ଡିଫରେଣ୍ଟ ଦୁପଟ୍ଟାର ଟ୍ରେଣ୍ଡ ବିଷୟରେ …
ଲେହେଙ୍ଗା ସହ କ୍ୟାପ୍‌ ଦୁପଟ୍ଟା : ଶିୟର କ୍ୟାପ୍‌ ଦୁପଟ୍ଟାକୁ ଆପଣ କାନ୍ଧରେ କିଛି ଏପରି କ୍ୟାରି କରନ୍ତୁ, ଯାହାକି ଆପଣଙ୍କୁ କ୍ଲାସି ଲୁକ୍‌ ଦେବ।
ଫ୍ଲୋରାଲ : ପୋଲ୍‌କା ପ୍ରିଣ୍ଟ ଦୁପଟ୍ଟା ସହ ପ୍ଲେନ୍‌ ସାଲ୍‌ଓ୍ବାର ସୁଟ୍‌ ସହ ପିନ୍ଧିବାକୁ ଯୁବତୀମାନେ ପସନ୍ଦ କରିଥାନ୍ତି। ଯଦି ଆପଣ ଲୁକ୍‌କୁ ଇଜିଲି ଷ୍ଟାଇଲିଶ୍‌ କରିବାକୁ ଚାହୁଁଥାନ୍ତି ଏମିତିରେ ପ୍ଲେନ୍‌ସୁଟ୍‌ ସହ କଣ୍ଟ୍ରାଷ୍ଟିଙ୍ଗ ଫ୍ଲୋରାଲ ପ୍ରିଣ୍ଟ ଦୁପଟ୍ଟା କ୍ୟାରି କରିପାରିବେ। ପ୍ଲେନ୍‌ ସୁଟ୍‌ ସହ କଣ୍ଟ୍ରାଷ୍ଟିଙ୍ଗ ଫ୍ଲୋରାଲ ପ୍ରିଣ୍ଟ ଦୁପଟ୍ଟା ଅଫିସ୍‌ କିମ୍ବା ଫ୍ୟାମିଲି ଫଙ୍କଶନ୍‌ରେ ପିନ୍ଧିକି ବି ଅଲଗା ଲୁକ୍‌ ପାଇପାରିବେ। ଆପଣ ଫ୍ଲୋରାଲ ପ୍ରିଣ୍ଟ ବ୍ୟତୀତ ପୋଲ୍‌କା ପ୍ରିଣ୍ଟ ଦୁପଟ୍ଟାକୁ ମଧ୍ୟ କ୍ୟାରି କରିପାରିବେ।
କଶ୍ମୀରୀ ଦୁପଟ୍ଟା : କଶ୍ମୀରୀ ପଶ୍‌ମୀନା ଶାଲ୍‌ ଆପଣ ଦେଖିଥିବେ ଏବଂ ପକାଇଥିବେ। କିନ୍ତୁ ଏବେ କଶ୍ମୀରୀ ଦୁପଟ୍ଟାକୁ ନିଜ କପ୍‌ବୋର୍ଡରେ ସାମିଲ କରନ୍ତୁ। କଶ୍ମୀରୀ କାରିଗରିର ଏହି ଦୁପଟ୍ଟାକୁ ସୁଟ୍‌ କିମ୍ବା ଲେହେଙ୍ଗା ସହ ପିନ୍ଧି କ୍ୟାରି କରିପାରିବେ। ଆପଣ ଏହାକୁ କଲରଫୁଲ ସୁଟ୍‌ କିମ୍ବା ଫ୍ଲେନ୍‌ ସୁଟ୍‌ ସହ ପିନ୍ଧିପାରିବେ।
ଓଢ଼ଣି ପରି : ଆପଣ ନିଜ ଓଢ଼ଣିକୁ ବି ନିଜର ଓଢ଼ଣା ଆକାରରେ ବ୍ୟବହାର କରିପାରିବେ। ଏହି ଲୁକ୍‌ରେ ଆପଣ ବିଲ୍‌କୁଲ ର଼୍ୟାମ୍ପ୍‌ରେ ଚାଲୁଥିବା କୌଣସି ମଡେଲ୍‌ ପରି ଲାଗିବେ।