ଷ୍ଟାଇଲ୍‌ ଷ୍ଟେଟମେଣ୍ଟରେ ସବୁଠାରୁ ଆଗରେ ଦୀପିକା-ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଓ ତାଙ୍କ ପତି ରଣବୀର କପୁର ବିବାହ ପରଠାରୁ ସବୁବେଳେ ଆସୁଛନ୍ତି ଚର୍ଚ୍ଚାକୁ। ଅଭିନୟ ପାଇଁ କୁହନ୍ତୁ ଅବା ଷ୍ଟାଇଲ୍‌ ଷ୍ଟେଟମେଣ୍ଟ ଏମାନେ ଅଧିକାଂଶ ସମୟରେ ଥାଆନ୍ତି ଚର୍ଚ୍ଚାରେ। ଅନେକ ଥର ଉଭୟଙ୍କୁ ସମାନ ଗେଟଅପ୍‌ରେ ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୂଚନାଯୋଗ୍ୟ, ଇଟାଲୀରେ ବହୁ ଆଡମ୍ବରରେ ବିବାହ କରିଥିବା ଦୀପବୀର ଏବେ ନିଜ ନିଜ କାମରେ ବ୍ୟସ୍ତ ରହିଛନ୍ତି। ହେଲେ ସେମାନେ ଯେତେବେଳେ ବାହାରକୁ ଯାଉଛନ୍ତି ସେତେବେଳେ କେବେକେବେ ଗୋଟିଏ ଗେଟଅପ୍‌ରେ ନଜର ଆସୁଥିବାରୁ ସେମାନଙ୍କୁ ଦେଖିବାକୁ ଫ୍ୟାନମାନଙ୍କର ଭିଡ ଲାଗୁଛି।

Share