Categories: ବାଣିଜ୍ୟ

ଷ୍ଟାଇଲ ସ୍ପାରେ ଏଣ୍ଡ ଅଫ୍‌ ସିଜନ ସେଲ୍‌

ଭୁବନେଶ୍ୱର,୧୮-୪: ପ୍ରମୁଖ ଫର୍ନିଚର ନିର୍ମାତା କମ୍ପାନୀ ଷ୍ଟାଇଲ ସ୍ପା ପକ୍ଷରୁ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ ୭୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। ଏହା କମ୍ପାନୀର ବଛା ବଛା ପ୍ରଡକ୍ଟ ଉପରେ ଲାଗୁ ହେବ। ଅଫରର ଅବଧି ସୀମିତ ସମୟ ଲାଗି ରହିଛି। କେ.କେ. ବିର୍ଲା ଆଡଭେଣ୍ଟଜ ଏବଂ ଫୋର୍ଟେ ଫର୍ନିଚର ମିଳିତ ଭାବେ ଷ୍ଟାଇଲ ସ୍ପା ବ୍ରାଣ୍ଡର ଫର୍ନିଚର ପ୍ରସ୍ତୁତ କରୁଛନ୍ତି। ଚେନ୍ନାଇଠାରେ ଏସିଆର ସର୍ବବୃହତ୍ତ ମାନୁଫାକଚରିଂ ୟୁନିଟ ସହ ଏହା ପ୍ରଡକ୍ଟ ପ୍ରସ୍ତୁତି କରୁଛି। ସାରା ଦେଶରେ ୫୦ କମ୍ପାନୀ ଆଉଟଲେଟରେ ଏହି ଅଫର ଗ୍ରାହକ ଲାଭ କରିପାରିବେ। ଏହି ଅଫର ରାଜ୍ୟର ସମ୍ବଲପୁର, ଅନୁଗୋଳ ଏବଂ ଭୁବନେଶ୍ୱରର ବାପୁଜୀନଗର ସ୍ଥିତ ଶୋ’ରୁମରେ ଉପଲବ୍ଧ ହେଉଥିବା କମ୍ପାନୀର ଏଏସ୍‌ଏମ୍‌ ଇନ୍ଦ୍ରଜୀତ ମହାନ୍ତି ସୂଚନା ଦେଇଛନ୍ତି। ଯାଜପୁର ଏବଂ ପଟିଆଠାରେ କମ୍ପାନୀ ଏହାର ନୂଆ ଡିଲରଶିପ ସ୍ଥାପନ କରିଛି। ରାଜ୍ୟର ଅନ୍ୟ ପ୍ରାନ୍ତରେ ସ୍ଥିତି ଦୃଢୀକରଣ ଲାଗି ପଦକ୍ଷେପ ଜାରି ରହିଥିବା ମହାନ୍ତି ସୂଚନା ଦେଇଛନ୍ତି। ଶୋ’ରୁମରେ ସୋଫାସେଟ, ବେଡରୁମ କମ୍ବୋ ସେଟ, ଡାଇନିଂ ସେଟ ସହ ଅଫିସ ଏବଂ ହୋମ ଫର୍ନିଚରର ବିଭିନ୍ନ ବର୍ଗରେ ନୂଆ ପ୍ରଡକ୍ଟ ସାମିଲ କରାଯାଇଛି। ବଜାଜ ଫାଇନାନ୍ସ କାର୍ଡରେ ଜିରୋ ଡାଉନପେମେଣ୍ଟ ଏବଂ ଜିରୋ ଇଣ୍ଟେରେଷ୍ଟରେ ଗ୍ରାହକ ପ୍ରଡକ୍ଟ ନେଇ ପାରିବେ ବୋଲି ମହାନ୍ତି କହିଛନ୍ତି।

Share