Categories: ଜାତୀୟ

ଷ୍ଟାଚ୍ୟୁ ଅଫ୍‌ ୟୁନିଟି ତାଜମହଲଠାରୁ ଅଧିକ ଆୟ କରିଛି

ନୂଆଦିଲ୍ଲୀ,୫।୧୧: ଷ୍ଟାଚ୍ୟୁ ଅଫ୍‌ ୟୁନିଟି ସପ୍ତାଶ୍ଚର୍ଯ୍ୟ ତାଜମହଲଠାରୁ ଅଧିକ ଆୟ କରି ରେକର୍ଡ କରିଛି। ଅକ୍ଟୋବର ୩୧ ସୁଦ୍ଧା ତାଜମହଲ ୫୬ କୋଟି ଟଙ୍କା ଆୟ କରିଛି। ତେବେ ଏହି ସମୟ ମଧ୍ୟରେ ଗୋଟିଏ ବର୍ଷରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ୬୩ କୋଟି ଟଙ୍କା ଆୟ କରିଛି। ଅଧିକ ସଂଖ୍ୟକ ପର୍ଯ୍ୟଟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଦେଖିବାକୁ ଆସିଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ୧୮୨ ମିଟର ଉଚ୍ଚ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିର୍ମାଣରେ ୨,୯୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାର ନିର୍ମାଣରେ ୨୫୦ରୁ ଅଧିକ ଇଞ୍ଜିନିୟର ଏବଂ ୩ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ।

Share