ଷ୍ଟାଡିୟମ ଭିତରେ ଜଣକୁ ହାଣି ହତ୍ୟା

ଚିତ୍ରକୋଣ୍ଡା,୨୩ା୧୨(ଡି.ଏନ.ଏ.):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ମିନି ଷ୍ଟାଡିୟମ ଭିତରେ କେହି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ସୋମବାର ସନ୍ଧ୍ୟାରେ ହାଣି ଦେଇଛି। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସେ ହେଲେ ଚିତ୍ରକୋଣ୍ଡା ଢେପସାହିର ବାସିନ୍ଦା ସମରା ତନ୍ତି(୪୧)। ଖବରରୁ ଜଣାପଡିଛି ଦୁର୍ବୃତ୍ତମାନେ ସମରାଙ୍କୁ କୌଶଳକ୍ରମେ ଷ୍ଟାଡିୟମ ଭିତରକୁ ଡାକି ନେଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ସେମାନେ ସମରାଙ୍କୁ ମାରଣାସ୍ତ୍ରରେ ହାଣି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଚିତ୍ରକୋଣ୍ଡା ପୋଲିସ ପହଞ୍ଚତ୍ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।