ଷ୍ଟାରକିଡ୍‌ଙ୍କ ସହ ଟେବୁଲ ଉପରେ ଚଢ଼ି ନାଚିଲେ ଭାଇଜାନ, ଫଟୋ ଭାଇରାଲ

ବଲିଉଡ୍‌ର ଷ୍ଟାରମାନେ ନୂଆବର୍ଷକୁ ଧୂମଧାମରେ ପାଳିଥିବା ବେଳେ ଏଥିରୁ ବି ବାଦ୍‌ ପଡ଼ିନାହାନ୍ତି ଭାଇଜାନ୍‌ ତଥା ସଲମାନ୍‌ ଖାଁ। ଷ୍ଟାର କିଡ୍‌ଙ୍କ ସହ ସେ ନୂଆବର୍ଷ ପାଳିଛନ୍ତି। ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନୁଷ୍କା ଶର୍ମା, କରୀନା କପୁର, ସାରା ଅଲ୍ଲୀ ଖାଁ, ସୋନମ କପୁର, ରଣବୀର କପୁର ବିଦେଶରେ ନୂଆବର୍ଷ ପାଳି ଥିବାବେଳେ ସଲମାନ୍‌ ନିଜ ଘରେ ନୂଆବର୍ଷ ପାର୍ଟିର ଆୟୋଜନ କରିଥିଲେ।

ଏହି ପାର୍ଟିରେ ସଲମାନ୍‌ଙ୍କ ଅତି ପ୍ରିୟ ସେଲିବ୍ରିଟିମାନେ ପହଞ୍ଚିଥିଲେ। ସୋସିଆଲ ମିଡିିଆରେ ଭାଇରାଲ ହୋଇଥିବା ଫଟୋରେ ସଲ୍‌ମାନ ଷ୍ଟାର୍‌କିଡ୍‌ଙ୍କ ସହ ଟେବୁଲ ଉପରେ ଚଢ଼ି ନାଚୁଥିବା ଦେଖିବାକୁ ମିଳିଛି। ଏହି ପାର୍ଟିରେ ସଂଗୀତା ବିଜ୍‌ଲାନି, ଡେଜି ଶାହ, ସାଇ ମଞ୍ଜେରକର ପ୍ରମୁଖ ଯୋଗ ଦେଇଥିଲେ।

Share