Categories: ବାଣିଜ୍ୟ

ଷ୍ଟାର୍ଟଅପ୍‌ଗୁଡ଼ିକୁ ସହାୟତା ଲାଗି ଦାବି

ଭୁବନେଶ୍ୱର,୪। ୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଷ୍ଟାର୍ଟ ଅପ୍‌ଗୁଡିକୁ ସହାୟତା ପ୍ରଦାନ କରିବା ଲାଗି ଟାଇ ଭୁବନେଶ୍ୱର ପକ୍ଷରୁ ଦାବି କରାଯାଇଛି। ଷ୍ଟାର୍ଟ ଅପ୍‌ କମ୍ପାନୀଗୁଡିକର କାରବାର କ୍ଷତିଗ୍ରସ୍ତ ହୋଇଥିବାରୁ ସରକାର ଏ ଦିଗରେ ବିଚାର କରିବା ଆବଶ୍ୟକତା ରହିଛି ବୋଲି ଟାଇ ଓଡ଼ିଶା ସଭାପତି ଦେବୁ ପଟ୍ଟନାୟକ କହିଛନ୍ତି। ଷ୍ଟାର୍ଟ ଅପ୍‌ ଓଡିଶାରେ ପଞ୍ଜୀକୃତ ସମସ୍ତ ଷ୍ଟାର୍ଟଅପ୍‌ଙ୍କୁ ମାସିକ ସହାୟତା, ବିଦ୍ୟୁତ ଶୁଳ୍କରେ ରିହାତି, ସଫ୍ଟ ଲୋନ ପ୍ରଦାନ, ଷ୍ଟାର୍ଟଅପଗୁଡିକ ପାଇଁ ସରକାରଙ୍କ ବକେୟା ପ୍ରଦାନ ଏବଂ ଷ୍ଟାର୍ଟ ଅପ୍‌ଗୁଡିକଠାରୁ ଅଗ୍ରାଧିକାର ଭିତ୍ତିରେ କ୍ରୟ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।

Share