Categories: ବାଣିଜ୍ୟ

ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୦-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ‘ଟର୍ବୋଚାଜିଂ ଦିଲ୍ଲୀ-ଏନ୍‌ସିଆର୍‌ ଷ୍ଟାର୍ଟଅପ୍ସ ଇକୋସିଷ୍ଟମ’ଶୀର୍ଷକରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ପ୍ରତିଷ୍ଠିତ ମୋଟ ଷ୍ଟାର୍ଟଅପ୍‌ ମଧ୍ୟରୁ ୨୩ ପ୍ରତିଶତ କେବଳ ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରତିଷ୍ଠା କରାଯାଇଛି। ରିପୋର୍ଟ ଅନୁଯାୟୀ କେବଳ ଦିଲ୍ଲୀରେ ୪୪୯୧, ଗୁରୁଗ୍ରାମରେ ୧୫୪୪ ଏବଂ ନୋଏଡାରେ ୧୦୦୪ ଷ୍ଟାର୍ଟଅପ୍‌ ରହିଛି। ସେହିପରି ବେଙ୍ଗାଲୁରୁରେ ଏହି ସଂଖ୍ୟା ୫୨୩୪, ମୁମ୍ବାଇରେ ୩୮୨୯ ଓ ହାଇଦ୍ରାବାଦ୍‌ରେ ୧୯୪୦ ରହିଛି। ୨୦୦୯ରୁ ୨୦୧୯ ମଧ୍ୟରେ ନୂଆ କମ୍ପାନୀଙ୍କୁ ପ୍ରତିଷ୍ଠା କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଦିଲ୍ଲୀ-ଏନ୍‌ସିଆର୍‌ରେ ୧୦,ବେଙ୍ଗାଲୁରୁରେ ୯, ମୁମ୍ବାଇ ଓ ପୁନେରେ ୨ଟି ଲେଖାଏ ଏବଂ ଚେନ୍ନାଇରେ ଗୋଟିଏ ୟୁନିକର୍ନ(ଏକକ ନିୟନ୍ତ୍ରଣରେ ଥିବା ନାମୀଦାମୀ ଷ୍ଟାର୍ଟଅପ୍‌) କମ୍ପାନୀ ରହିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀ-ଏନ୍‌ସିଆର୍‌ ବିଶ୍ୱ ସ୍ତରରେ ୫ ଶୀର୍ଷ ଷ୍ଟାର୍ଟଅପ୍‌ ହବ୍‌ରେ ପରିଣତ ହୋଇପାରିବ। ଆଗାମୀ ଦିନରେ ଏଠାରେ ୧୨ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି।

Share