Categories: ଜାତୀୟ

ଷ୍ଟାର କ୍ୟାମ୍ପେନ ତାଲିକାରୁ ବାଦ୍‌ ପଡ଼ିଲେ ୨ଭାଜପା ନେତା

ନୂଆଦିଲ୍ଲୀ,୨୯।୧: ଆକ୍ସନ ମୁଡ୍‌ରେ ଦିଲ୍ଲୀ ନିର୍ବାଚନ କମିଶନ। ଉତ୍ତେଜନାପୂର୍ଣ୍ଣ ବୟାନକୁ ନେଇ ଭାଜପା ଏମ୍‌ପି ଓ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମ୍‌ପି ପ୍ରବେଶ ସିଂହ ବର୍ମା ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭାଜପାର ଷ୍ଟାର କ୍ୟାମ୍ପେନ ତାଲିକାରୁ ବାଦ୍‌ ଦେବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ଏହି ଦୁଇ ନେତା ଆଉ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ପାଇଁ ପ୍ରଚାର କରିପାରିବେ ନାହିଁ। ସୂଚନାଯୋଗ୍ୟ, ଅନୁରାଗ ଓ ପ୍ରବେଶ ସୋମବାର ନିର୍ବାଚନ ପ୍ରଚାର ସମୟରେ ଏକ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ନିର୍ବାଚନ କମିଶନ ସମ୍ପୃକ୍ତ ୨ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ନୋଟିସ୍‌ ପଠାଇଥିଲେ।

Share