Categories: ମେଟ୍ରୋ

ଷ୍ଟିଙ୍ଗ୍‌ ଅପରେଶନ୍‌ରେ ଧରାପଡ଼ିଲେ ଜେଇ

ବଲାଙ୍ଗୀର ଅଫିସ, ୧।୮: ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ ଖଲିଆପାଲି ପଞ୍ଚାୟତର ଜଣେ ୱାର୍ଡମେମ୍ବରଙ୍କ ଷ୍ଟିଙ୍ଗ୍‌ ଅପରେଶନ୍‌ରେ ଲାଞ୍ଚ ନେଲାବେଳେ ଧରାପଡିଛନ୍ତି ବ୍ଲକର ଜେଇ(କନିଷ୍ଠ ଯନ୍ତ୍ରୀ) ସତ୍ୟନାରାୟଣ ତ୍ରିପାଠୀ। ମିଛାପାଲି ଗ୍ରାମର ରାସ୍ତା କାମର ଫାଇନାଲ ବିଲ ପାଶ୍‌ କରିଦେବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଏବେ ଭାଇରାଲ ହେବା ପରେ ଖଲିଆପାଲି ପଞ୍ଚାୟତ ଅଧୀନ ମିଛାପାଲି ଗଁ।ର ଏକ ଗଳି ରାସ୍ତା ତିଆରି ପାଇଁ ବ୍ଲକ୍‌ରୁ ୧ ଲକ୍ଷ ଟଙ୍କାର ଠିକାକାମ ହୋଇଥିଲା। ମିଛାପାଲି ଗ୍ରାମର ୱାର୍ଡମେମ୍ବର ଅଶ୍ୱିନୀ ଗୁରୁ ଓ ସରପଞ୍ଚ ଏହି ରାସ୍ତା କାମ କରିଥିଲେ। କାମ ସରିବା ପରେ ଉକ୍ତ ରାସ୍ତାର ଫାଇନାଲ ବିଲ କରିଦେବା ପାଇଁ ପୁଇଁନ୍ତଳା ବ୍ଳକ୍‌ ଜେଇ ସତ୍ୟ ନାରାୟଣ ତ୍ରିପାଠୀଙ୍କୁ ନିବେଦନ କରିଥିଲେ। ଜେଇ ଏଥିପାଇଁ ୧୨ ହଜାର ଟଙ୍କା ଦାବି କରିଥିଲେ । ୱାର୍ଡମେମ୍ବର ଗୁରୁ ଜେଇଙ୍କୁ ବିଲ ପାଶ୍‌ କରିଦେବାକୁ ନିବେଦନ କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ । ୧୨ ହଜାର ଟଙ୍କା ଲାଞ୍ଚ ଦେବାକୁ ୱାର୍ଡମେମ୍ବର ଗୁରୁ ରାଜି ହୋଇ ଏହାକୁ ଷ୍ଟିଙ୍ଗ ଅପରେଶନ୍‌ କରିବାର ଯୋଜନା କରିଥିଲେ। ଏନେଇ ଜଣେ ସାଙ୍ଗଙ୍କ ସହ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ସେ ଜେଇ ତ୍ରିପାଠୀଙ୍କୁ ପୁଇଁନ୍ତଳା ବ୍ଲକ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଦେଇଥିଲେ। ହେଲେ ୱାର୍ଡମେମ୍ବର ଗୁରୁ ମୋବାଇଲକୁ ରେକର୍ଡ ମୋଡରେ ରଖି ୧୦ ହଜାର ଟଙ୍କା ଜେଇ ତ୍ରିପାଠୀଙ୍କୁ ଦେଇଥିଲେ ା ଟଙ୍କା ଗ୍ରହଣ କରିବା ପରେ ଜେଇ ତ୍ରିପାଠୀ ବାକି ୨ ହଜାର ଟଙ୍କା ପଠାଇବାକୁ ସରପଞ୍ଚଙ୍କୁ କହିଦେବ ବୋଲି କହୁଥିବା ରେକର୍ଡ ହୋଇଛି ା ଉକ୍ତ ଭିଡିଓ ଭାଇରାଲ ହେବା ପରେ ଜେଇ ତ୍ରିପାଠୀଙ୍କ ମୁଖା ଖୋଲିଯାଇଛି। ଗଣମାଧ୍ୟମ ସମ୍ମୁଖରେ ସେ କାହିଁକି ୧୦ ହଜାର ଟଙ୍କା ଗ୍ରହଣ କରୁଥିଲେ ସେନେଇ କିଛି ବି ଠୋସ୍‌ କଥା କହିପାରି ନାହାନ୍ତି। ତ୍ରିପାଠୀଙ୍କ ପ୍ରତିକ୍ରିୟା ନିଆଯିବାକୁ ତାଙ୍କ ମୋବାଇଲ ଫୋନ୍‌(ନଂ.୯୪୩୯୫୯୪୫୩୦)କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସୁଇଜ୍‌ ଅଫ୍‌ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।

Share