Posted inଖେଳ

ଷ୍ଟୁଆର୍ଟ ବକ୍ସଟର ଓଡ଼ିଶା ଏଫ୍‌ସିର ମୁଖ୍ୟ କୋଚ୍‌

ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣ ପୂର୍ବରୁ ଷ୍ଟୁଆର୍ଟ ବକ୍ସଟରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି ଓଡ଼ିଶା ଏଫ୍‌ସି। ଅଭିଜ୍ଞ ବକ୍ସଟରଙ୍କ ସହ ଭୁବନେଶ୍ୱରଭିତ୍ତିକ କ୍ଲବ ୨ ବର୍ଷୀୟା ଚୁକ୍ତି କରିଛି। ଇଂଲଣ୍ଡରେ ଜନ୍ମିତ ବକ୍ସଟରଙ୍କର ୨୫ ବର୍ଷର କୋଚିଂ ଅଭିଜ୍ଞତା ରହିଛି। ସେ ପୂର୍ବରୁ ଦକ୍ଷିଣ ଆଫ୍ରିକା ଜାତୀୟ ଦଳ ଓ ୧୯ ବର୍ଷରୁ କମ୍‌ ଇଂଲଣ୍ଡର ଦଳର କୋଚ୍‌ ରହି ସାରିଥିବାବେଳେ ଆସନ୍ତା ସିଜନ ପାଇଁ ଓଡ଼ିଶା ଏଫ୍‌ସି ଦଳର ଦାୟିତ୍ୱ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବ୍ୟତୀତ ସେ ଫିନ୍‌ଲାଣ୍ଡ ସିନିୟର ଫୁଟବଲ ଦଳର କେଚ୍‌ ମଧ୍ୟ ରହିଛନ୍ତି। ଏହା ବ୍ୟତୀତ ସେ ସ୍ବିଡେନ, ନରଓ୍ବେ, ପର୍ତ୍ତୁଗାଲ, ଜାପାନ ଓ ଦକ୍ଷିଣ ଆଫ୍ରିକାର ଅନେକ ପେସାଦାର କ୍ଲବର ମ୍ୟାନେଜର ଦାୟିତ୍ୱ ତୁଲାଇଛନ୍ତି। କ୍ଲବସ୍ତରରେ ସେ କାଇଜର ଚିଫ୍ସ, ଭିସେଲ କୋବେ, ସୁପରସ୍ପୋର୍ଟ ୟୁନାଇଟେଡ ଏବଂ ସାନ୍‌ଫ୍ରେକ ହିରୋଶିମା ଆଦି ଜଣାଶୁଣା ଦଳକୁ କୋଚିଂ ଦେଇଛନ୍ତି। ୬୬ ବର୍ଷୀୟ ବକ୍ସଟର ନିଜ କାର୍ଯ୍ୟକାଳ ମଧ୍ୟରେ କାଇଜର ଚିଫ୍ସକୁ ୨ ଥର ପ୍ରିମିୟର ଲିଗ୍‌ ଫୁଟବଲ ଲିଗ୍‌ ଟାଇଟଲ ଜିତାଇଛନ୍ତି। ଏହା ବ୍ୟତୀତ ସେ ହିରୋଶିମାର ସାନଫ୍ରେକ ଟିମ୍‌କୁ ଜେ୧ ଲିଗ୍‌(ପ୍ରଥମ ଚରଣ) ଟାଇଟଲ ବିଜୟୀ କରାଇଛନ୍ତି।
”ଓଡ଼ିଶା ଏଫ୍‌ସିକୁ ବକ୍ସଟରଙ୍କୁ ସ୍ବାଗତ କରି ମୁଁ ବହୁତ ଖୁସି। ଓଡ଼ିଶା ଏଫ୍‌ସିର ଆଗାମୀ ସିଜନକୁ ଦୃଷ୍ଟିରେ ରଖି ଆମ ଦୃଷ୍ଟିକୋଣ ସହିତ ଖାପ ଖାଇବା ପରି ଜଣେ କୋଚ୍‌ଙ୍କ ସନ୍ଧାନରେ ଆମେ ଥିଲୁ। ଷ୍ଟୁଆର୍ଟ ଆମ ଯୁବ ଖେଳାଳିଙ୍କୁ ମୋଟିଭେଟ କରିବା ସହ ଭାରତୀୟ ଦଳ ପାଇଁ ପ୍ରସ୍ତୁତ କରିପାରିବେ ବୋଲି ଆଶା ରହିଛି। ଏହାଦ୍ୱାରା ଆମ ଯୁବ ଏକାଡେମୀ ମଧ୍ୟ ଦୃଢ଼ ହେବ। ଆମ ଦର୍ଶକ ଏବଂ ଓଡ଼ିଆ ସମୁଦାୟ ଆମ ନିଷ୍ପତ୍ତିରେ ଏକମତ ହୋଇଥିବା ଆଶା। ଷ୍ଟୁଆର୍ଟ ଆମକୁ ଗର୍ବିତ କରବା ନେଇ ମୁଁ ଦୃଢ଼ ନିଶ୍ଚିତ“ ବୋଲି ଜିଏମ୍‌ଏସ୍‌(ଓଡ଼ିଶା ଏଫ୍‌ସିର ପ୍ୟାରେଣ୍ଟ କମ୍ପାନୀ)ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଅନିଲ ଶର୍ମା ପ୍ରକାଶ କରିଛନ୍ତି। ”ଆସନ୍ତା ଆଇଏସ୍‌ଏଲ୍‌ ସିଜନକୁ ଦୃଷ୍ଟିରେ ରଖି ମୁଁ ଓଡ଼ିଶା ଏଫ୍‌ସି ସହିତ ଚୁକ୍ତି କରିଛି। କ୍ରୀଡ଼ାଭିତ୍ତିକ ରାଜ୍ୟ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବା ଆନନ୍ଦର କଥା। ଦଳର ଉନ୍ନତି ସହ ଟିମ୍‌ଓ୍ବାର୍କ ଏବଂ ସହଯୋଗ ଦ୍ୱାରା ଆମେ ଆଗାମୀ ଦିନର ଚ୍ୟାଲେଞ୍ଜକୁ ମୁକାବିଲା କରିବୁ। ଖେଳାଳି ଓ କୋଚ୍‌ଙ୍କ ଉନ୍ନତି ସହ ଭାରତୀୟ ଫୁଟବଲର ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ। ମୁଁ ସମସ୍ତ ସମର୍ଥକ, ଖେଳାଳି ଓ ଷ୍ଟାଫ୍‌ଙ୍କୁ ଶୁଭେଚ୍ଛା ଜଣାଉଛି। ସମସ୍ତେ ମିଶି ଆମେ ଏହି ଅଞ୍ଚଳ ପାଇଁ ସଫଳତା ଏବଂ ଖୁସି ଆଣିବା“ ବୋଲି ବକ୍ସଟର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri