Advertisement

ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦକୁ ନେଇ ପ୍ରତିବାଦ: ଜିଲାପାଳ ଅଫିସ ଆଗରେ ଧାରଣା

ବରଗଡ଼ ଅଫିସ, ୧୮।୯: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗାସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦ ପ୍ରତିବାଦରେ ବୁଧବାର ବୁଗବୁଗା ଗ୍ରାମବାସୀ ଜିଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି। ଧାରଣାରେ ଶତାଧିକ ଗ୍ରାମବାସୀ ସାମିଲ ହୋଇ ବ୍ୟାଙ୍କ ଉଚ୍ଛେଦ ନ କରିବାକୁ ଦାବି କରିଛନ୍ତି। ଖବର ପାଇ ବରଗଡ଼ ଲୋକସଭା ଏମ୍‌ପି ସୁରେଶ ପୂଜାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟାଙ୍କ ଉଚ୍ଛେଦ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସେ ଅବଗତ କରିବେ ବୋଲି କହିଛନ୍ତି। ତେବେ ବ୍ୟାଙ୍କ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରା ନଗଲେ ଆଗକୁ ଆନ୍ଦୋଳନ ବ୍ୟାପକ ହେବବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ୨୦୧୪ ଜାନୁଆରୀ ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଷ୍ଟେଟ ବ୍ୟାଙ୍କର ବୁଗବୁଗା ଶାଖା ଉଦ୍‌ଘାଟନ କରିଥିଲେ। ଏହା ପରଠାରୁ ଅଞ୍ଚଳବାସୀ ଏଠାରୁ ବ୍ୟାଙ୍କ ସେବା ପାଇ ଆସୁଥିଲେ। ମାତ୍ର ଉକ୍ତ ବ୍ୟାଙ୍କ ଶାଖା ଉଚ୍ଛେଦ ନିଷ୍ପତ୍ତି ନିଆ ଯିବାପରେ ଏବେ ସେଠାରେ ବ୍ୟାଙ୍କ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share