Categories: ଜାତୀୟ

ଷ୍ଟେଶନ୍‌ରେ ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ ଗୀତ ଗାଉଥିବା ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ: ଦେଖିଲେଣି ୨ ନିୟୁତରୁ ଅଧିକ ଲୋକ

କୋଲକାତା,୧।୮: ପଶ୍ଚିମବଙ୍ଗର ଜଣେ ମହିଳା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ମହିଳା ଜଣକ ଷ୍ଟେଶନ୍‌ରେ ବସି ଲତା ମଙ୍ଗେସକରଙ୍କ ଦ୍ୱାରା ୧୯୭୨ରେ ଶୋର୍‌ ଦିନ୍ଦୀ ଫିଲ୍ମର ଗୀତ ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ ଗୀତ ଗାଉଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ଏହା ରବିବାର ଅପଲୋଡ୍‌ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହାକୁ ୨ ନିୟୁତରୁ ଅଧିକ ଲୋକ ଦେଖିସାରିଥିବା କୁହାଯାଉଛି। ଭିଡ଼ିଓ ରାଣାଘାଟ ରେଳ ଷ୍ଟେଶନରେ ଶୁଟିଂ କରାଯାଇଛି। ଏହାକୁ ବାରପେଟା ଟାଉନ୍‌-ଦି ପ୍ଲେସ୍‌ ଅଫ୍‌ ପିସ୍‌ ପେଜ୍‌ ଦ୍ୱାରା ଅପଲୋଡ୍‌ କରାଯାଇଛି।

Share