Categories: ଜାତୀୟ

ଷ୍ଟେଶନ୍‌ରେ ଛିଡ଼ାହୋଇଥିବା ଟ୍ରେନ୍‌ରେ ଅଗ୍ନିକାଣ୍ଡ

ପାଟନା,୭।୯: ବିହାର ଦରଭଙ୍ଗା ଷ୍ଟେଶନରେ ଛିଡ଼ା ହୋଇଥିବା ଏକ ଟ୍ରେନ୍‌ରେ ଅଚାନକ ନିଆଁ ଲାଗିଛି। ଶନିବାର ସକାଳେ ଷ୍ଟେଶନରେ ଛିଡ଼ା ହୋଇଥିବା ଦରଭଙ୍ଗା-ଅହମ୍ମଦାବାଦ୍‌ ଏକ୍ସପ୍ରେସ୍‌ରେ ନିଆ ଲାଗିଯାଇଥିଲା। ଟ୍ରେନ୍‌ର ଜେନେରାଲ କୋଚ୍‌ର ସ୍ପେୟାର ବଗିରେ ନିଆଁ ଲାଗିବା ପରେ ଉପସ୍ଥିତ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଖବର ପାଇ ରେଲଓ୍ବେ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆର୍‌ପିଏଫ୍‌ ଏବଂ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁ କିପରି ଲାଗିଲା ସେନେଇ ତଦନ୍ତ ଜାରି ରହିଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ରେଲଓ୍ବେ ପକ୍ଷରୁ କୁହାଯାଇଛି॥

Share