Categories: ଜାତୀୟ

ଷ୍ଟେଶନ କାଉଣ୍ଟରରେ ବିକ୍ରି ହେବ ଟିକଟ

ନୂଆଦିଲ୍ଲୀ,୨୧।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ବହୁ ଲୋକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ଲୋକଙ୍କ ସୁବଧା ପାଇଁ ଜୁନ୍‌ ପହିଲାରୁ ପାସେଞ୍ଜର ଟେନ୍‌ ଚଳାଚଳା କରାଯିବା ଲାଗି ରେଳବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇତିମଧ୍ୟରେ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ଆରମ୍ଭ ହୋଇଛି। ତେବେ ଆସନ୍ତା ୨-୩ ଦିନ ମଧ୍ୟରେ ଷ୍ଟେଶନ କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ କରାଯିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି। ଶୁକ୍ରବାରଠାରୁ ଦେଶର ପ୍ରାୟ ଲକ୍ଷେ ୭୦ ହଜାର କମନ୍‌ ସର୍ଭିସ୍‌ ସେଣ୍ଟରରେ ଟ୍ରେନ୍‌ ଟିକଟ ବିକ୍ରି କରାଯିବାର ଯୋଜନା ଥିବା ସେ କହିଛନ୍ତି।

Share