Posted inଖେଳ

ଷ୍ଟୋକ୍ସ ୱିଜ୍‌ଡେନର ଶ୍ରେଷ୍ଠ ଖେଳାଳି

କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜ୍‌ଡେନର ବୁଧବାର ପ୍ରକାଶିତ କ୍ରିକେଟର୍ସ ଅଲ୍‌ମାନାକ ୨୦୨୦ ସଂସ୍କରଣରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ଲିଡିଂ କ୍ରିକେଟର ଇନ୍‌ ଦି ୱାଲର୍‌ଡ ବିବେଚିତ କରାଯାଇଛି। ୨୦୧୯ରେ ଇଂଲଣ୍ଡକୁ ପ୍ରଥମଥରପାଇଁ ଆଇସିସି ବିଶ୍ୱକପ ଚାମ୍ପିୟନ କରାଇବାରେ ଷ୍ଟୋକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ଆଶେସ ସିରିଜର ହେଡିଂଲେଠାରେ ଅନୁଷ୍ଠିତ ଟେଷ୍ଟରେ ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳି ସେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡକୁ ବିଜୟୀ କରାଇଥିଲେ। ପ୍ରକାଶଯୋଗ୍ୟ ଯେ ଗତ ୩ ବର୍ଷ ଧରି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏହି ସମ୍ମାନ ପାଇ ଆସୁଥିଲେ। ୨୦୦୫ରେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫଙ୍କ ପରେ ପ୍ରଥମ ଇଂଲଣ୍ଡ ଖେଳାଳିଭାବେ ଷ୍ଟୋକ୍ସ ଏହି ସମ୍ମାନ ପାଇଛନ୍ତି।
”ଷ୍ଟୋକ୍ସ କିଛି ସପ୍ତାହ ବ୍ୟବଧାନରେ ଦୁଇଥର ଜୀବନର ଶ୍ରେଷ୍ଠ ଇନିଂସ ଖେଳିଥିଲେ। ପ୍ରଥମେ ଅପରିସୀମ ଟ୍ୟାଲେଣ୍ଟର ସମ୍ମିଶ୍ରଣ ଓ ଭାଗ୍ୟର ସହାୟତାରେ ବିଶ୍ୱକପ ଫାଇନାଲରେ ରନଚେଜ୍‌ କ୍ଷେତ୍ରରେ ସେ ଇଂଲଣ୍ଡକୁ ଉଦ୍ଧାର କରିଥିଲେ। ସୁପର ଓଭରରେ ତାଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ଥିଲା। ଦ୍ୱିତୀୟତଃ ହେଡିଂଲେରେ ଅନୁଷ୍ଠିତ ତୃତୀୟ ଆଶେସ ଟେଷ୍ଟରେ ସେ ଅନ୍ୟତମ ଦର୍ଶନୀୟ ଇନିଂସ ଖେଳି ୧୩୫ ରନରେ ଅପରାଜିତ ରହି ଇଂଲଣ୍ଡକୁ ୧ ଉଇକେଟରେ ରୋମାଞ୍ଚକ ବିଜୟ ଦେଇଥିଲେ“ ବୋଲି ୱିଜ୍‌ଡେନର ସମ୍ପାଦକ ଲରେନ୍ସ ବୁଥ୍‌ ପ୍ରକାଶ କରିଛନ୍ତି। ବିଶ୍ୱକପରେ ଯେତେବେଳେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆଠାରୁ ହାରି ଇଂଲଣ୍ଡ ସଂଘର୍ଷ କରୁଥିଲା ସେ ଦୃଢ଼ତା ଦେଖାଇଥିଲେ। ଆସନ୍ତା କିଛି ବର୍ଷ ପାଇଁ ମଧ୍ୟ ଷ୍ଟୋକ୍ସ ବିଶ୍ୱ କ୍ରିକେଟରେ ଚର୍ଚ୍ଚିତ ରହିବେ ବୋଲି ସେ କହିଛନ୍ତି।
ଅଷ୍ଟ୍ରେଲିଆର ଏଲିସେ ପେରୀ ବିଶ୍ୱର ଅଗ୍ରଣୀ ମହିଳା କ୍ରିକେଟ ଖେଳାଳି ବିବେଚିତ ହୋଇଛନ୍ତି। ପୂର୍ବରୁ ୨୦୧୬ରେ ମଧ୍ୟ ସେ ଏହି ପୁରସ୍କାର ଦୌଡ଼ରେ ରହିଥିଲେ। ଏହା ବ୍ୟତୀତ ୧୮୮୯ରୁ ପ୍ରଚଳିତ ହୋଇ ଆସୁଥିବା ଏହି ସର୍ବପୁରାତନ ପୁରସ୍କାର ପାଇବାରେ ସେ ୫ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ବିବେଚିତ ହୋଇଛନ୍ତି। ବିଶ୍ୱର ୭ମ ମହିଳା ଏବଂ ପ୍ରଥମ ଇଂଲଣ୍ଡ ବାହାର କ୍ରିକେଟରଭାବେ ପେରୀ ଏହି ସମ୍ମାନ ପାଇଛନ୍ତି। ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲଙ୍କୁ ଅଗ୍ରଣୀ ଟି୨୦ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ”ପେରୀ ମହିଳା ଆଶେସରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ସେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ କମାଲ ଦେଖାଇଛନ୍ତି। କାଣ୍ଟରବରିରେ ଅନୁଷ୍ଠିତ ଏକଦିବସୀୟରେ ସେ ୨୨ ରନ ବିନିମୟରେ ୭ ଉଇକେଟ ନେଇଥିଲେ। ଟନ୍‌ଟନ୍‌ଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟରେ ସେ ଦୁଇ ଇନିଂସରେ ଯଥାକ୍ରମେ ୧୧୬ ଓ ୭୬* ରନ ସ୍କୋର କରିଥିଲେ।
ଗତ ବିଶ୍ୱକପର ଫାଇନାଲରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲଙ୍କୁ ରନଆଉଟ କରିଥିଲେ ଜୋସ୍‌ ବଟଲର। ଏହା ମ୍ୟାଚରେ ନିର୍ଣ୍ଣାୟକ ଭୂମିକା ନେଇଥିଲା। ବଟଲର ଷ୍ଟମ୍ପ୍ସର ବେଲ୍‌ କାଢ଼ୁଥିବା ଦୃଶ୍ୟ ଅଲ୍‌ମାନାକ୍‌ର କଭର ପୃଷ୍ଠା ମଣ୍ଡନ କରିଛି। ଏହି ଓଭର ବୋଲିଂ କରିଥିବା ଜୋଫ୍ରା ଆର୍ଚର ୱିଜ୍‌ଡେନର ୫ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ବିବେଚିତ ହୋଇଛନ୍ତି। ଗତବର୍ଷ ଅନ୍ତର୍ଜାତୀୟ ପଦାର୍ପଣରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଶେସ ସିରିଜରେ ସେ ଚମତ୍କାର ପ୍ରଦର୍ଶନ କରିବା ସହ ମୋଟ ୨୨ଟି ଉଇକେଟ ନେଇଥିଲେ। ୱିଜଡେନର ୫ କ୍ରିକେଟରଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆର ଆଉ ୨ ତାରକା ପ୍ୟାଟ୍‌ କୁମିନ୍ସ ଓ ମାର୍ନସ ଲାବୁସେନ। ଏସେକ୍ସର ଦକ୍ଷିଣ ଆଫ୍ରିକୀୟ ଅଫସ୍ପିନର ଏବଂ ଦିନିକିଆ ଅଧିନାୟକ ସିମନ ହାର୍ମର ମଧ୍ୟ ଏଥିରେ ରହିଛନ୍ତି। କାଉଣ୍ଟି ଚାମ୍ପିୟନଶିପ୍‌ ଏବଂ ଟି୨୦ ବ୍ଲାଷ୍ଟରେ ହାର୍ମରଙ୍କ ପ୍ରଦର୍ଶନ ଅତୁଳନୀୟ ରହିଥିଲା। ୮୦ ପୃଷ୍ଠା ବିଶିଷ୍ଟ ୱିଜ୍‌ଡେନର ସ୍ବତନ୍ତ୍ର ସେକ୍ସନରେ ଇଂଲଣ୍ଡର ବିଶ୍ୱକପ ବିଜୟକୁ ସ୍ଥାନିତ କରାଯାଇଛି। ସୁପର ଓଭରରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲେ ହେଁ ଏହାକୁ ସମ୍ମାନ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

IPLରେ ଇତିହାସ ରଚିଲେ କେ.ଏଲ ରାହୁଲ: ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୩।୪: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା...

PSL: ପଡ଼ିଆ ମଝିରେ ଓ୍ବିକେଟ କିପରଙ୍କୁ ମୁଥ ମାରିଲେ ବୋଲର, ଲହୁଲୁହାଣ ହେଲା…

ଇସଲାମାବାଦ,୨୩।୪: ପାକିସ୍ତାନ ସୁପର ଲିଗ ବା PSL ଆରମ୍ଭ ହେବା ଦିନଠାରୁ, କିଛି ବିବାଦ ଏବଂ ଘଟଣା ଘଟିଛି ଯାହା କ୍ରିକେଟକୁ ବାରମ୍ବାର ହସର ଖୋରାକ...

ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌: ଭାରତକୁ ତୃତୀୟ ସ୍ଥାନ

ଲିମା (ପେରୁ), ୨୨ା୪: ପୃଥ୍ବୀରାଜ ଟୋଣ୍ଡାଇମାନ ଓ ପ୍ରଗତି ଦୁବେ ଟ୍ରାପ୍‌ ମିକ୍ସଡ ଟିମ୍‌ ଇଭେଣ୍ଟର ମେଡାଲ ରାଉଣ୍ଡକୁ ଉନ୍ନୀତ ହେବାରେ ବିଫଳ ହେବାରୁ ଭାରତୀୟ...

୫ ମହିଳା ଚେସ୍‌ ଖେଳାଳିଙ୍କୁ ମିଳିବ ୧କୋଟି ଅନୁଦାନ

ହାଇଦ୍ରାବାଦ,୨୨ା୪: ଭାରତରେ ମହିଳା ଖେଳର ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ୬୪ ସ୍କୋୟାର୍ସ ନାମକ ଏକ ସଂଗଠନ ମଙ୍ଗଳବାର ଇଣ୍ଟରନ୍ୟାଶନାଲ ମାଷ୍ଟର(ଆଇଏମ୍‌) ଭାନ୍ତିକା ଅଗ୍ରଓ୍ବାଲଙ୍କ...

ଦିଲ୍ଲୀର ଷଷ୍ଠ ବିଜୟ

ଲକ୍ଷ୍ନୌ,୨୨ା୪: ମୁକେଶ କୁମାର ଘାତକ ବୋଲିଂ ବଳରେ ଦିଲ୍ଲୀ ପ୍ୟାପିଟାଲ୍ସ (ଡିସି) ୮ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏସ୍‌ଏଲ୍‌ଜି)କୁ ପରାସ୍ତ କରିଛି। ଲକ୍ଷ୍ନୌ ପକ୍ଷରୁ...

୧୦ ଆଥଲେଟ୍‌ଙ୍କୁ ସହାୟତାର ହାତ ବଢାଇଲେ ଶିବମ

ଚେନ୍ନାଇ,୨୨ା୪: ଭାରତ ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ଶିବମ ଦୁବେ ମଙ୍ଗଳବାର ତାମିଲନାଡୁର ୧୦ ଉଦୀୟମାନ ଆଥଲେଟ୍‌ଙ୍କୁ ୭୦ ହଜାର ଲେଖାଏ ସହାୟତା...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image