Categories: ବାଣିଜ୍ୟ

ଷ୍ଟୋର ପୁନଃ ଶୁଭାରମ୍ଭ କଲା ତନିସ୍କ

ନୂଆଦିଲ୍ଲୀ,୧୦।୫: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ସାରା ଦେଶରେ ଥିବା ୩୨୮ ଷ୍ଟୋରକୁ ପୁନଃ ଶୁଭାରମ୍ଭ ଘୋଷଣା କରାଯାଇଛି। ଏଗୁଡିକ ପର୍ଯ୍ୟାୟ ଭିତ୍ତିରେ ଖୋଲିବ ବୋଲି କମ୍ପାନୀ ସୂଚନା ଦେଇଛି। ଷ୍ଟୋରଗୁଡ଼ିକରେ ନିରାପତ୍ତା ପଦକ୍ଷେପକୁ କଡ଼ାକଡ଼ି କରାଯିବା ସହ ସାମାଜିକ ଦୂରତ୍ୱ ନିୟମ ପାଳନ କରାଯିବାକୁ ଯୋଜନା ରହିଛି। ମେ ୧୦ରେ ପ୍ରଥମ ୫୦ ଷ୍ଟୋର ଖୋଲିବ। କମ୍ପାନୀ ଗୋଲ୍ଡ ଷ୍ଟାଣ୍ଡାର୍ଡ ନିରାପତ୍ତା ନିୟମ ସହ କାର୍ଯ୍ୟ କରୁଛି। କର୍ମଚାରୀଙ୍କ ନିରାପତ୍ତା ଏବଂ ସ୍ବଚ୍ଛତାକୁ ବର୍ତ୍ତମାନ ଧ୍ୟାନରେ ରଖାଯାଉଛି। ଏହି ଅବସରରେ ଟାଇଟାନ କମ୍ପାନୀ ଲିମିଟେଡ୍‌ର ଜୁଏଲେରି ଡିଭିଜନ ସିଇଓ ଅଜୟ ଚାଓ୍ବଲା କହିଛନ୍ତି ଯେ, ଗ୍ରାହକ ଏବଂ କର୍ମଚାରୀଙ୍କ ନିରାପତ୍ତାକୁ ଧ୍ୟାନରେ ରଖି ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ସେ ଅନୁସାରେ ଷ୍ଟୋରଗୁଡିକରେ ପ୍ରସ୍ତୁତି ମଧ୍ୟ ରହିଛି।

Share