ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ମାଦ୍ରିକାଲ ଭବନଠାରେ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ଚାଲିଥିବା ଭୋଟ ଗଣତି କେନ୍ଦ୍ର ନିକଟ ଷ୍ଟ୍ରଙ୍ଗ ରୁମ୍ରେ ଗୁରୁବାର ଅପରାହ୍ନ ୧ଟାରେ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଫଳରେ ଭୋଟ ଗଣତି ସାମୟିକ ଭାବେ ସ୍ଥଗିତ ରହିଛି। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି। ଏସ୍ପି ସୌମ୍ୟା ମିଶ୍ର ଏବଂ ଜିଲାପାଳ ରଶ୍ମିତା ପଣ୍ଡା ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।