ଷ୍ଟ୍ରଙ୍ଗ ରୁମ୍‌ ବାହାରେ କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୯।୨: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ଅପେକ୍ଷା ଫଳାଫଳକୁ। ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବାକୁ ଥିବା ବେଳେ ଏବେ ସମସ୍ତ ଇଭିଏମ୍‌କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଗୋଲ ମାର୍କେଟ ନିକଟରେ ଥିବା ‘ଅଟଳ ଆଦର୍ଶ ବେଙ୍ଗଲି ବାଳିକା ବିଦ୍ୟାଳୟ’ ପରିସରରେ ଥିବା ଏକ ଷ୍ଟ୍ରଙ୍ଗ ରୁମକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଶନିବାର ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ କରାଯାଇଥିବା ବେଳେ ଏଥିରେ ମତଦାନ ହାତ ବିଗତ ନିର୍ବାଚନ ଅପେକ୍ଷା କମ୍‌ ରହିଥିଲା।

Share