Categories: ଖେଳ

ଷ୍ଟ୍ରସ ଇସିବି କ୍ରିକେଟ କମିଟି ମୁଖ୍ୟ

ଲଣ୍ଡନ,୧୩।୯(ଏଏଫ୍‌ପି): ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରେୁ ଷ୍ଟ୍ରସ ପୁଣି ଥରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) କ୍ରିକେଟ କମିଟି ଅଧ୍ୟକ୍ଷ ପଦକୁ ଫେରିଛନ୍ତି। ମଙ୍ଗଳବାର ଇଂଲଣ୍ଡର ସବୁଠୁ ବଡ଼ ନାଗରିକ ସମ୍ମାନ ନାଇଟଉଡ୍‌ ପାଇଥିବା ୪୨ ବର୍ଷୀୟ ପୂର୍ବତନ କ୍ରିକେଟର ଗତ ବର୍ଷ ଇସିବିର ଡିରକ୍ଟେର ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ବର୍ଗତ ସ୍ତ୍ରୀ ରୁଥ୍‌ ସେତେବେଳେ କର୍କଟ ରୋଗରେ ପୀଡ଼ିତ ଥିଲେ। ଷ୍ଟ୍ରସଙ୍କ ସ୍ଥାନରେ ଇଂଲଣ୍ଡ ସ୍ପିନର ଆଶ୍‌ଲେ ଜାଇଲସ ଦାୟିତ୍ୱ ସମ୍ଭାଳିଥିଲେ। ନିଜ ପଦକୁ ଫେରିଥିବାରୁ ବହୁତ ଖୁସି। ଇଂଲଣ୍ଡରେ କ୍ରିକେଟର ଉନ୍ନତି ଦିଗରେ କାର୍ଯ୍ୟ କରିବା ପାଇଁ ମୁଁ ବହୁତ ଉତ୍ସାହିତ ବୋଲି ଷ୍ଟ୍ରସ କହିଛନ୍ତି। ଗତ ଥର ଷ୍ଟ୍ରସ କୋଚ୍‌ ଟ୍ରେଭର ବାଇଲିସଙ୍କୁ ନିଯୁକ୍ତ କରିଥିଲେ, ଯାହାଙ୍କ ନେତୃତ୍ୱରେ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଜିତିଥିଲା।

Share