Categories: ଜାତୀୟ

ଷ୍ଟ୍ରେଚର ନ ମିଳିବାରୁ ପୁଅକୁ କାନ୍ଧରେ ବୋହିଲେ ବାପା

କାନପୁର,୨୮।୫: କାନପୁରର ଏକ ହସ୍ପିଟାଲରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦେଶରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ କାନପୁରରେ ଏହାର ବିପରିତ ଘଟଣା ନଜର ଆସିଛି। ରାଓ୍ବତପୁରର ଜଣେ ବ୍ୟକ୍ତି ପୁଅର ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହାଲାଟ ହସ୍ପିଟାଲକୁ ଆଣିଥିଲେ। ହେଲେ ତାଙ୍କର ପରୀକ୍ଷା ପାଇଁ ବିଭିନ୍ନ ବିଭାଗକୁ ଯିବାକୁ ପଡ଼ୁଥିଲା। ତେଣୁ ସେଠାରେ ଥିବା କର୍ମଚାରୀଙ୍କୁ ସେ ଷ୍ଟ୍ରେଚର ପାଇଁ କହିଥିଲେ। ହେଲେ ଷ୍ଟ୍ରେଚରର କୌଣସି ବ୍ୟବସ୍ଥା ହୋଇପାରି ନ ଥିଲା। ଶେଷରେ ସେ ନିଜ ପୁଅକୁ କାନ୍ଧରେ ବୋହି ଯାଞ୍ଚ ପାଇଁ ବିଭିନ୍ନ ବିଭାଗକୁ ବୁଲିଥିଲେ। ଶର୍ଯ୍ୟାସଂଖ୍ୟା ଅନୁଯାୟୀ ହାଲାଟ ହସ୍ପିଟାଲ ଏସିଆର ସର୍ବ ବୃହତ୍‌ ବୋଲି କୁହାଯାଏ। ହେଲେ ଏହାକୁ ଦେଖିଲେ ହସ୍ପିଟାଲର ଅବ୍ୟବସ୍ଥା ସମ୍ପୂର୍ଣ୍ଣ ବାରି ହୋଇପଡ଼ୁଛି।

Share