Categories: ଜାତୀୟ

ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ଶାହ: ସ୍ବଚ୍ଛତାକୁ ଜନଆନ୍ଦୋଳନର ରୂପ ଦେଇଛନ୍ତି ମୋଦି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ମହାତ୍ମାଙ୍କର ସ୍ବଚ୍ଛତା ପ୍ରତି ଆଗ୍ରହଥିଲା। ଭାରତ ସ୍ବାଧୀନତା ପରେ ନରେନ୍ଦ୍ର ମୋଦି ହିଁ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯାହାଙ୍କ ଉଦ୍ୟମରେ ସ୍ବଚ୍ଛତା ଏକ ଜନଆନ୍ଦୋଳନର ରୂପ ନେଇପାରିଛି। ଏହା ଦ୍ୱାରା ଦେଶବାସୀଙ୍କର ବହୁ ଉପକାର ହୋଇପାରିବ ବୋଲି ଶାହ କହିଛନ୍ତି।

Share