Categories: ଜାତୀୟ

ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍‌ : ଦିନକରେ ୨.୬୭ ଲକ୍ଷ ସଂକ୍ରମିତ, ୩,୯୧୨ ମୃତ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଥିବାବେଳେ ଗତ ୩ ଦିନ ହେବ ୩ ଲକ୍ଷ ତଳକୁ ସଂକ୍ରମିତ ମାମଲା ଆସୁଛି। କିନ୍ତୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୨,୬୭,୧୨୨ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୯୧୨ ଜଣଙ୍କର ମୃତ୍ୟୁ ହୋଇଛି।

Share