‘ସଂକ୍ରମିତଙ୍କ ପ୍ରକୃତ ସଂଖ୍ୟା ୪ ଗୁଣ ଅଧିକ’

ବେଙ୍ଗାଲୁରୁ,୧୦।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେତିକି ବୋଲି ଦର୍ଶାଯାଉଛି ସେମାନଙ୍କ ପ୍ରକୃତ ସଂଖ୍ୟା ତହିଁରୁ ଅନୂ୍ୟନ ୪ ଗୁଣ ଅଧିକ। ସ୍କୁଲ, କଲେଜଗୁଡ଼ିକ ଅଧିକ ବିପଜ୍ଜନକ ଅଞ୍ଚଳ, ଯେଉଁଠି ସଂକ୍ରମଣ ବୃଦ୍ଧିପାଇବାର ଆଶଙ୍କା ରହିଛି। ଏଭଳି ହାଇ ରିସ୍କ ଏରିଆଗୁଡ଼ିକୁ ଜୁନ୍‌ ଶେଷ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ କରାଯିବା ଜରୁରୀ। ବାଇକନ୍‌ ଲିମିଟେଡ୍‌ ଅଧ୍ୟକ୍ଷା ତଥା ପରିଚାଳନା ନିର୍ଦ୍ଦେଶିକା କିରନ୍‌ ମଜୁମ୍‌ଦାର ଶ’ ବ୍ୟକ୍ତିଗତ ଭାବେ ଏପରି ବିଶ୍ୱାସ କରୁଥିବା ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ଗୁରୁବାର କୁହାଯାଇଛି ଯେ, ଦେଶରେ କରୋନା ଭାଇରସ୍‌ ୧୬୬ ଜଣଙ୍କ ଜୀବନ ନେଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫,୭୩୪ରେ ପହଞ୍ଚତ୍ଛି। ଏହାକୁ ନେଇ ବାୟୋଟେକ୍‌ ଏଣ୍ଟରପ୍ରିନିଓର କିରନ୍‌ କହିଛନ୍ତି, ଦେଶରେ ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ଏହାଠାରୁ ୪ ଗୁଣ ଅଧିକ। ତେଣୁ ଲୋକଙ୍କ ରାଣ୍ଡମ୍‌ ଟେଷ୍ଟିଂ କରାଯାଉ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଉ।

Share