ସଂକ୍ରମିତ ରୋଗୀଙ୍କ ତଥ୍ୟ ଲୁଚାଇବାରୁ ଘରୋଇ ହସ୍ପିଟାଲକୁ ସିଲ୍‌ କଲା ପ୍ରଶାସନ

ଗ୍ରେଟରନଏଡା,୩୧।୩: ଉତ୍ତରପ୍ରଦେଶର ଗ୍ରେଟରନଏଡାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। କରୋନା ପଜିଟିଭ୍‌ ରୋଗୀଙ୍କ ତଥ୍ୟ ଲୁଚାଇଥିବା ଅଭିଯୋଗରେ ଏହି ସିଲ୍‌ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗ୍ରେଟରନଏଡାରେ ଥିବା ସଞ୍ଜିବନୀ ହସ୍ପିଟାଲରେ ଜଣେ କରୋନା ଭାଇରସ୍‌ ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଥିଲେ। ରୋଗୀଙ୍କ ବିଷୟରେ ଜାଣି ମଧ୍ୟ ଉକ୍ତ ହସ୍ପିଟାଲ ଜିଲା ପ୍ରଶାସନକୁ କୌଣସି ତଥ୍ୟ ଦେଇ ନ ଥିଲେ। ତେଣୁ ଉକ୍ତ ହସ୍ପିଟାଲକୁ ପ୍ରଶାସନ ୪୮ଘଣ୍ଟା ପାଇଁ ସିଲ୍‌ କରିଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ପଜିଟିଭ୍‌ ରୋଗୀ ଓ ସଂସ୍ପର୍ଶରେ ଆସିଥିବା ଡାକ୍ତରଙ୍କୁ ସ୍ବତନ୍ତ୍ର ରଖାଯାଇ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଅପରପକ୍ଷେ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲକୁ ତୁରନ୍ତ ଖୋଲିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଅଧିକରୁ ଅଧିକ ଘରୋଇ ହସ୍ପିଟାଲ ବନ୍ଦ ରହିଥିଲା।

Share