ନୂଆଦିଲ୍ଲୀ,୨୫।୪: ନିଜାମୁଦ୍ଦିନ ମରକଜ୍ରେ ଆୟୋଜିତ ତବଲିଘି ଜମାତ୍ରେ ମୁସଲମାନ ସମ୍ପ୍ରଦାୟର ଲୋକେ ଯୋଗଦେବା ପରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା କୁହାଯାଉଛି। ଏହାକୁ ନେଇ ବିଭିନ୍ନ ରାଜ୍ୟରେ ମୁସଲମାନମାନଙ୍କୁ ଲଗାତର ହଇରାଣ କରାଯାଉଥିବା ନେଇ ରିପୋର୍ଟ ପ୍ରକାଶ ପାଉଛି। ଏପରି କି କେତେକ ସ୍ଥଳେ ସେମାନଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଦେଶର ୧୦୧ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କୁ ଏକ ଖୋଲାଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଭଳି ଅପ୍ରୀତିକର ଘଟଣାକୁ ଏଡ଼ାଇବା ଲାଗି ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସକାଶେ ଏଥିରେ ଅନୁରୋଧ କରାଯାଇଛି। ସ୍ବାକ୍ଷରକାରୀଙ୍କ ମଧ୍ୟରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅନିତା ଅଗ୍ନିହୋତ୍ରୀଙ୍କ ସମେତ ଅନ୍ୟମାନେ ଅଛନ୍ତିି।