Advertisement

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ବିଭିନ୍ନ ଜିଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ନିମନ୍ତେ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ।

ଘୋଷଣାନୁଯାୟୀ ସତ୍ୟନଗର ଯିଶୁଖ୍ରୀଷ୍ଟ ଏବଂ ମଦର ମେରୀ କ୍ୟାଥୋଲିକ୍‌ ଚର୍ଚ୍ଚକୁ ଦୁଇକୋଟି, ଭୁବନେଶ୍ୱର ୟୁନିଟ-୪ କ୍ୟାପିଟାଲ ମସ୍‌ଜିଦ୍‌କୁ ଦୁଇକୋଟି, କଟକ ମିଶନରୋଡ୍‌ସ୍ଥିତ ଓଡ଼ିଆ ବାପିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମ-ଇ-ରସୁଲ ମସ୍‌ଜିଦ୍‌କୁ ଦୁଇକୋଟି ଲେଖାଏଁ ଟଙ୍କା ମଞ୍ଜୁର କରାଯାଇଛି। ସେହିଭଳି କେନ୍ଦ୍ରାପଡ଼ା ଫକୀରାବାଦ ମରକାଜି ମସ୍‌ଜିଦ୍‌, ଭଦ୍ରକ ପୁରୁଣା ବଜାର ଜାମା ମସ୍‌ଜିଦ୍‌, ସମ୍ବଲପୁର ଜିଲା ସ୍କୁଲ ଛକ ପଲଟନ୍‌ ମସ୍‌ଜିଦ୍‌, ସମ୍ବଲପୁର ସେଣ୍ଟ ଜୋସେଫ୍‌ କ୍ୟାଥେଡ୍ରାଲ(ରୋମାନ କାଥୋଲିକ୍‌), ବ୍ରହ୍ମପୁର ଭାପୁର ବଜାର ଜାମିୟା ମସ୍‌ଜିଦ୍‌, ଗିରିରୋଡ୍‌ ବ୍ରହ୍ମପୁର ଓଡ଼ିଆ ବାପିଷ୍ଟ ଚର୍ଚ୍ଚ, ରାଉରକେଲା ବିଶପ୍‌ ମିଶନାରୀ(ରୋମାନ କାଥୋଲିକ୍‌) ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସ୍‌ଜିଦ୍‌କୁ ଏକ କୋଟି ଲେଖାଏଁ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share