ସଂଗରୋଧ କେନ୍ଦ୍ରରୁ ଜଣେ ପଜିଟିଭ ଚିହ୍ନଟ

ଚୌଦ୍ୱାର,୧।୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଗାନ୍ଧିଛକ ଟାଉନହଲ ନିକଟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ବ୍ୟକ୍ତି ମୁଣ୍ଡାମାଳ ଗ୍ରାମର ହୋଇଥିବା ବେଳେ ୧୦ ଦିନତଳେ ସେ ସୁରଟରୁ ଫେରି ସଂଗରୋଧ କେନ୍ଦ୍ରରେ ରହୁଥିଲେ। ଗତ ୨୯ ତାରିଖ ୧୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ଜଣଙ୍କର ପିଜିଟିଭ ଆସିଛି। ଏହା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ପୌରନିର୍ବାହୀ ଅଧିକାରୀ ପବିତ୍ର ବେହେରା ପ୍ରକାଶ କରିଛନ୍ତି।

Share