ସଂଗରୋଧ କେନ୍ଦ୍ରରେ ରଜ ପାଳନ

ବାହାନଗା, ୧୫ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ପଞ୍ଚାୟତର ମଣିଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ-୧୯ ର ହୋଇଥିବା ସଂଗରୋଧ କେନ୍ଦ୍ର ପରିସରରେ ରଜ ପର୍ବ ପାଳନ କରାଯାଇ ସେଠାରେ ଥିବା ପ୍ରବାସୀ ଓଡିଆମାନଙ୍କୁ ପିଠା, ଆମ୍ବ, ପଣସ ଆଦି ଖାଇବାକୁ ଦେଇ ସରପଞ୍ଚ ସମସ୍ତଙ୍କ ମନ ଜିଣିଥିଲେ। ଗୋପାଳପୁର ସଂଗରୋଧ କେନ୍ଦ୍ରରେ ସରପଞ୍ଚ ଯୋଗେଶ ଚନ୍ଦ୍ର ପତି ପହିଲି ରଜରେ ଇଟିଲି, ଘୁଗୁନି, ଆମ୍ବ, ପଣସ ଆଦି ପ୍ରବାସୀମାନଙ୍କୁ ସକାଳ ଓ ସନ୍ଧ୍ୟାରେ ଖାଇବାକୁ ଦେଇଥିଲେ ା ଫଳରେ ସଂଗରୋଧ କେନ୍ଦ୍ରରେ ଥିବା ମହିଳା ଓ ପୁରୁଷ ପ୍ରବାସୀ ଓଡିଆମାନେ ରଜପର୍ବକୁ ଆନନ୍ଦରେ ସହିତ ଏଠାରେ ପାଳନ କରି ଖୁସି ମନାଇଥିଲେ ା